କନକ ବ୍ୟୁରୋ : ଧାନ ବସ୍ତା ରଖି ରାସ୍ତା ଅବରୋଧ । କାଳାହାଣ୍ଡିରେ ଜାତୀୟ ରାଜପଥ ୫୯ର ଘଂଟାମାଳ ଠାରେ ଚାଷୀ ଆଜି ରାସ୍ତା ଅବରୋଧ କରିଛନ୍ତି । ପ୍ରଶାସନର ଲିଖିତ ପ୍ରତିଶ୍ରୃତି ସତ୍ୱେ ମଣ୍ଡିରୁ ଧାନ କିଣାଯାଉନଥିବା ଅଭିଯୋଗ କରି ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଗିରଫ ହେବା ପରେ ଜିଲ୍ଲାରେ ଧାନକିଣା ବାଧାପ୍ରାପ୍ତ ହୋଇଛି ।
ରାସ୍ତା ଅବରୋଧ ଯୋଗୁଁ ମଦନପୁର-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ୭ ତାରିଖରେ ଚାଷୀ ରାସ୍ତାରୋକ କରିଥିଲେ ଓ ପ୍ରଶାସନ ସପ୍ତାହକ ମଧ୍ୟରେ ଧାନ କିଣିବାକୁ ପ୍ରତିଶ୍ରୃତି ଦେଇଥିଲେ । ଆଜି ଟୋକନରେ ଧାନ ବିକ୍ରିର ଶେଷ ତାରିଖ ଥିବାରୁ ଚାଷୀ ପୁଣି ରାସ୍ତାରୋକ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/vlcsnap-2019-12-17-16h21m31s900.png)