କଳାହାଣ୍ଡିରେ ସେଓ ଚାଷର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଚାଷୀ କାଳେଶ୍ୱର କାଣ୍ଡ, ହିମାଚଳରୁ ନୂଆ ପ୍ରଜାତିର ଚାରା ଆଣି ଫଳାଇଛନ୍ତି ସବୁଜ ସେଓ

Advertisment
କଳାହାଣ୍ଡିରେ ସେଓ ଚାଷର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଚାଷୀ କାଳେଶ୍ୱର କାଣ୍ଡ, ହିମାଚଳରୁ ନୂଆ ପ୍ରଜାତିର ଚାରା ଆଣି ଫଳାଇଛନ୍ତି ସବୁଜ ସେଓ

କନକ ବ୍ୟୁରୋ : କଳାହାଣ୍ଡି ମାଟିରେ ସବୁଜ ସେଓ ଚାଷର ନୂତନ ସମ୍ଭାବନା । ଧର୍ମଗଡ଼ ଅଂଚଳର ଚାଷୀ କାଳେଶ୍ୱର କାଣ୍ଡ ୟୁଟ୍ୟୁବରୁ ଚାଷ କରିବା ପ୍ରଣାଳି ବିଷୟରେ ଜ୍ଞାନ ଆହରଣ କରି ଏହି ଚାଷ କରିଛନ୍ତି । ସେ ତାଙ୍କ ବାଡ଼ିରେ ଏଚଆରଏମଏନ୍ ନାଇଂଟ ନାଇନ୍ ପ୍ରଜାତିର ସେଓ ଚାଷ କରିଛନ୍ତି । ଅନଲାଇନ୍ରେ ପ୍ରଥମେ ୧୫୦ଟି ସେଓ ଚାରା ଅର୍ଡର କରି ଏକ ଏକର ଜମିରେ ଏହାକୁ ରୋପଣ କରିଥିଲେ । ଏଥିପାଇଁ ସେ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅଢ଼େଇ ବର୍ଷ ପରେ ଗଛରେ ଫଳ ଆସିଛି । ବର୍ତମାନ ସେଓ ଗଛରେ ସେଓ ଫଳିବା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସେ ବେଶ ଖୁସି ଅଛନ୍ତି । ପ୍ରଥମ ଫଳକୁ ବିକ୍ରି ନକରି ନିଜ ସମ୍ପର୍କୀୟ ମାନଙ୍କୁ ଉପହାର ସ୍ୱରୁପ ଦେଉଛନ୍ତି ଚାଷୀ କାଳେଶ୍ୱର । ଏହି କାମରେ ତାଙ୍କୁ ତାଙ୍କ ସ୍ତ୍ରୀ ସହଯୋଗ କରୁଛନ୍ତି ।

ସେଓ ଚାଷ କଥା ମନକୁ ଆସିଲେ ପ୍ରଥମେ ଶୀତଳ ଜଳବାୟୁ କଥା ମନକୁ ଆସେ । ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶର ଶିତଳ ଜଳବାୟୂରେ ପ୍ରଚୁର ପରିମାଣରେ ସେଓ ଚାଷ ହୋଇଥାଏ । କିନ୍ତୁ କଳାହାଣ୍ଡିରେ ସଫଳ ଚାଷୀଙ୍କ ଏଭଳି ସେଓ ଚାଷ କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ୪୦ରୁ ୪୨ ଡିଗ୍ରୀ ତାପମାତ୍ରା ଭିତରେ ଗ୍ରୀନ୍ ସେଓ ଚାଷ କରି ସେ ସଫଳ ହୋଇଛନ୍ତି । କ୍ୱଚିତ୍ ଓ କମ୍ ସ୍ଥାନରେ ହେଉଥିବା ଏହି ଚାଷ ଦେଖିବା ପାଇଁ ଆଖପାଖ ଅଂଚଳର ଲୋକଙ୍କ ସୁଅ ଛୁଟୁଛି ।

କାଳେଶ୍ୱରଙ୍କ ଭଳି ଉଦ୍ୟମି ଚାଷୀଙ୍କ ଏଭଳି ପ୍ରୟାସ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛି । ଉଦ୍ୟାନ ବିଭାଗ ପକ୍ଷରୁ ଏହି ଚାଷୀଙ୍କୁ ସହଯୋଗ ମିଳିଲେ ସେ କୃଷି କ୍ଷେତ୍ରରେ ଆହୁରି ଉନ୍ନତି କରିପାରିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe