ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଡିଲା ଶହ ଶହ ପଶୁପକ୍ଷୀଙ୍କ ବଳି । ପ୍ରଶାସନର ବାରଣ ସତ୍ୱେ ରକ୍ତରେ ଭିଜିଲା ରାଜ ରାସ୍ତା ।

154

କନକ ବ୍ୟୁରୋ : ମାଣିକେଶ୍ୱରୀ ପୀଠରେ ଶହଶହ ପଶୁପକ୍ଷୀଙ୍କ ବଳି ପଡିଛି । ପ୍ରଶାସନର ବାରଣ ସତ୍ୱେ ପରମ୍ପରାର ଦ୍ୱାହି ଦେଇ ଅବାଧରେ ଦିଆଯାଉଛି ବଳି । ଲୋକ ଗହଳି ଓ ପଶୁ ବଳି ରୋକିବାକୁ ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହୋଇଥିଲା । କିନ୍ତୁ ଜେନାଖାଲରୁ ମାଆଙ୍କ ଛତର ପୀଠ ଅଭିମୁଖେ ବାହାରିବା ମାତ୍ରେ, ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ ମାଆଙ୍କ ନାମ ନେଇ ଶହ ଶହ ବଳି ପକାଇଛନ୍ତି ।

ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଡିଲା ବଳି । ପ୍ରଶାସନର ବାରଣ ସତ୍ୱେ ରକ୍ତରେ ଭିଜିଲା ରାଜ ରାସ୍ତା । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପିଠରେ ଛତର ଯାତ୍ରାରେ ଶହ ଶହ ପଶୁ ପକ୍ଷୀ ବଳି ପଡିଛି । ମାଆଙ୍କ ନାଁରେ ଭବାନୀପାଟଣାର ରାସ୍ତା ନୀରିହ ପଶୁ ପକ୍ଷୀଙ୍କ ରକ୍ତରେ ଲାଲ ହୋଇଛି ।

ଧର୍ମ ନାଁରେ ପଶୁ, ପକ୍ଷୀ ବଳି ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର କଟକଣାକୁ ପରମ୍ପରା ନାଁରେ ଫୁ କରି ଉଡାଇ ଦେଇଛନ୍ତି ଶ୍ରଦ୍ଧାଳୁ । ଲୋକ ଗହଳି, ପଶୁ ବଳି ରୋକିବାକୁ ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହୋଇଥିଲା । କିନ୍ତୁ ଜେନାଖାଲରୁ ମାଆଙ୍କ ଛତର ପୀଠ ଅଭିମୁଖେ ବାହାରିବା ମାତ୍ରେ, ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ ମାଆଙ୍କ ନାମ ନେଇ ଶହ ଶହ ବଳି ପକାଇଛନ୍ତି । କିନ୍ତୁ ପାରାକୁ ବଳି ଦିଆନଯାଇ ଉଡେଇଦେବା ପରମ୍ପରା ରହିଛି ।

କରୋନା ଯୋଗୁଁ ସହରରେ ୧୪୪ ଧାରା ଜାରି କରିଥିଲା ପ୍ରଶାସନ । ସହର ଭିତରେ ସବୁ ବନ୍ଦ ଥିବା ବେଳେ ଭିତରକୁ କାହାକୁ ଛଡାଯାଇନଥିଲା । ହେଲେ ସହରବାସୀ ଘର ଛାତ ଉପରେ ବ୍ୟାରିକେଡ ପାଖରେ ଆସି ମାଆଙ୍କ ଛତର ଦର୍ଶନ କରି ଆଶିର୍ବାଦ ନେଇଛନ୍ତି ।

୨୦୨୦ ମସିହା ଜାନୁୟାରୀ ୬ ତାରିଖରେ ମାଣିକେଶ୍ୱରୀ ପୀଠରେ ବଳି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ପରେ ୨୦୨୦ ଅକ୍ଟୋବରରେ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।