ବୁଦା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର : ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ

42

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନ ଗୋଦାମ ବୁଦା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ କର୍ଲାମୁଣ୍ଡା ବ୍ଲକ ରେଗଡା ଗାଁର ଶେଷଦେବ କମ୍ଫ ବୋଲି ଚିହ୍ନଟ କରିଛି ପୁଲିସ । ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । କେସିଙ୍ଗା ଏସଡିପିଓ ତତ୍ୱାବଧାନରେ ନର୍ଲା ପୁଲିସ ଓ ସାଇନଟିଫିକ୍ ଟିମ ତଦନ୍ତ କରୁଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ସଂପୃକ୍ତି ସନ୍ଦେହରେ ୨ଜଣଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି । ଗତ ୧୧ତାରିଖରେ ଶେଷଦେବ ନିଖୋଜ ଥିବା ନେଇ ପରିବାର ଲୋକ ମଦନପୁର-ରାମପୁର ଥାନାରେ ଅଭିଯୋଗ କରିଥିଲେ ।