କନକ ବ୍ୟୁରୋ : ଅମଳ ଧଳା ସୁନା ବିକ୍ରି ପାଇଁ ହଟହଟା ଚାଷୀ । କଳାହାଣ୍ଡିର କପା ସବୁଠୁ ବ୍ୟୟବହୁଳ ଓ ଉଚ୍ଚମାନର ବୋଲି କୁହାଯାଏ । ଏବେ ସେହି ଉନ୍ନତମାନର କପା ବିକିବାକୁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି ଚାଷୀ । ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ, ଦୁଇ ଦିନ ହେଲା କପାକ୍ରୟ କେନ୍ଦ୍ରରେ ଭୋକ ଉପାସରେ ପଡି ରହିଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଅମଳ କପା ବିକ୍ରି ପାଇଁ ଗାଡିରେ ଲଦା ହୋଇ ମଣ୍ଡିରେ ପହଂଚିଛି । ହେଲେ କପା ନିଗମର ଅଧିକାରୀଙ୍କ ଦେଖା ନଥିବା ବେଳେ କପା ବସ୍ତା ଗାଡିରେ ଲଦା ହୋଇ ମିଲ୍ ଆଗରେ ଠିଆ ହୋଇଛି । ଅଦିନିଆ ବର୍ଷାରେ ଭିଜିଯାଇଛି ଚାଷୀଙ୍କ ପରିଶ୍ରମର ମୂଲ । କପା ମଣ୍ଡିକୁ ନେଇ ଚାଷୀ ପରିବହନ ବାବଦରେ ଶହଶହ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଧରାଛୁଆଁ ମିଳୁନଥିବା ଅଭିଯୋଗ ହୋଇଛି ।
କଳାହାଣ୍ଡି ଜିଲ୍ଲାରେ ଅଧିକାଂଶ ଚାଷୀ କପା ଚାଷ କରିଥିବା ବେଳେ ମଣ୍ଡି ଅବ୍ୟବସ୍ଥା ଓ ଆଦ୍ରତା ଆଳରେ କଟନୀଛଚନୀ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/36-3.jpg)