ନବୀନ ନିବାସରେ ବିଜେପି ନେତା! ଦୁଇ ନାଆରେ ଗୋଡ଼ ଦେବା ପଡ଼ିଲା ମହଙ୍ଗା

Advertisment
ନବୀନ ନିବାସରେ ବିଜେପି ନେତା! ଦୁଇ ନାଆରେ ଗୋଡ଼ ଦେବା ପଡ଼ିଲା ମହଙ୍ଗା

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ଜିଲ୍ଲା ବିଜେପି ସଭାପତି ପ୍ରଦୀପ୍ତ ନାଏକ ବିଜେପିରୁ ସାଂସଦ ଟିକଟ ନପାଇବାରୁ ବିଜେଡିମୁହାଁ ହେଉଥିବା ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁନର୍ବାର ବିଜେପିରେ ଅଛନ୍ତି ବୋଲି ସଫେଇ ଦେଇଥିଲେ। ତେବେ, ଦୁଇ ନାଆରେ ଗୋଡ଼ ଦେବା ଫଳରେ ପ୍ରଦୀପଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରିନଥିବା ଏବେ ଚର୍ଚ୍ଚା ହେଉଛି।

publive-image

କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ତଥା ପୂର୍ବମନ୍ତ୍ରୀ ପ୍ରଦୀପ୍ତ ନାଏକ ଗତ ନିର୍ବାଚନରେ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ। ଚଳିତ ନିର୍ବାଚନରେ ତାଙ୍କ ବଦଳରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସାଂସଦ ଟିକେଟ ଦିଆଯାଇଛି। ପ୍ରଦୀପ୍ତଙ୍କୁ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦିଆଯିବା ପରେ ସେ ଓ ତାଙ୍କ ସମର୍ଥକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଶନିବାର ତାଙ୍କ ସମର୍ଥକମାନେ ବସନ୍ତ ପଣ୍ଡାଙ୍କ ପ୍ରାର୍ଥିତ୍ବକୁ ନେଇ ତୀବ୍ର ବିରୋଧ କରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୁବନେଶ୍ବରରେ ପ୍ରଦୀପ୍ତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜର ଅସନ୍ତୋଷ ମଧ୍ୟ ଜାହିର କରିଥିଲେ।

publive-image

ଶନିବାର ସନ୍ଧ୍ୟାରେ ନବୀନ ନିବାସ ଯାଇ ପ୍ରଦୀପ୍ତ ବିଜେଡିରୁ ସାଂସଦ ଭାବେ ଛିଡ଼ା ହେବା ପାଇଁ ମୂଲଚାଲ କରିଥିବା ଚର୍ଚ୍ଚା ହୋଇଥିଲା। ଏ ନେଇ ବିଜେଡି ପକ୍ଷରୁ ମାନସମନ୍ଥନ କରାଯାଇଥିଲା। ଅନ୍ୟ ପକ୍ଷରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓ କୁଆଡ଼େ ସାଂସଦ ସିଟ୍ ଛାଡିବା ପାଇଁ ରୋକଠୋକ ମନା କରି ଦେଇଥିଲେ। ପୂର୍ବରୁ ପ୍ରଦୀପ୍ତ ବିଜେଡିମୁହାଁ ଥିବା ନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଭିଡିଓ ଜରିଆରେ ସେ ବିଜେପିରେ ଅଛନ୍ତି ଓ ତାଙ୍କୁ ନିଶ୍ଚିତ ଭାବେ ବିଜେପିର ସାଂସଦ ଟିକଟ ମିଳିବ ବୋଲି ବୟାନ ଦେଇଥିଲେ। ଶନିବାର ନବୀନ ନିବାସରେ ସେ ହାଜର ହେବା ଘଟଣା ଦଳୀୟ କର୍ମୀଙ୍କ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି କରିଥିଲା।

publive-image

ନବୀନ ନିବାସରେ ପ୍ରଦୀପ୍ତଙ୍କ ଆଲୋଚନା ବିଫଳ ହେବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ‘ମୁଁ ବିଜେପିରେ ଅଛି ଓ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି’ ବୋଲି କହିବା ପରେ ଦଳୀୟ ଲୋକଙ୍କ ଦ୍ବାରା ହଟହଟା ହୋଇଥିଲେ। ପୂର୍ବରୁ ବିଜେଡି ପକ୍ଷରୁ ପ୍ରଦୀପ୍ତଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭାବରେ ଲଢିବା ପାଇଁ ଅଫର ଥିଲା। କିନ୍ତୁ ସେ ଦୁଇ ନାଆରେ ଗୋଡ଼ ରଖିବାରୁ ଶେଷ ମୁହୂର୍ତ୍ତରେ ପୁଷ୍ପେନ୍ଦ୍ରଙ୍କୁ ବିଜେଡି ଟିକଟ ମିଳିଥିଲା। ପ୍ରଦୀପ୍ତଙ୍କ ସମର୍ଥକମାନେ ଏବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପ୍ରାର୍ଥିତ୍ବକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ନିର୍ବାଚନ ବେଳେ ସେମାନେ ବସନ୍ତଙ୍କ ବିରୋଧରେ ଯିବେ ବୋଲି ଚର୍ଚ୍ଚା ହେବା ପରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe