ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ମର୍ଯ୍ୟାଦାହାନି କଲା ଭଳି ଖବର ପ୍ରସାରଣକୁ ନେଇ ଥାନାରେ ଏତଲା : ୱେବ ଚ୍ୟାନେଲ ରିପୋର୍ଟର ନାଁରେ ଅଭିଯୋଗ

79

କନକ ବ୍ୟୁରୋ : ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ମର୍ଯ୍ୟାଦାହାନି କଲା ଭଳି ଖବର ପ୍ରସାରଣକୁ ନେଇ ଥାନାରେ ଏତଲା । କଳାହାଣ୍ଡି ଜିଲ୍ଲା ଆମପାଣି ଥାନାରେ ଏତଲା ଦେଇଛନ୍ତି ଆମପାଣି ଜିଲ୍ଲାପରିଷଦ ସଭ୍ୟା ହେମାଙ୍ଗିନି ହଂସ । ଦୁଇ ଜଣ ୱେବ ଚ୍ୟାନେଲ ରିପୋର୍ଟର ଓ ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକର ଜଣେ କଂଗ୍ରେସ ନେତାଙ୍କ ନାଁରେ ଜିଲ୍ଲାପରିଷଦ ସଭ୍ୟା ଥାନାରେ ଲିଖିତ ଅଭିଯୋଗ କରିିଛନ୍ତି । ପୁଲିସ ୩ ଜଣଙ୍କ ନାଏରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସେମାନେ ହେଲେ ୱେବ ଚ୍ୟାନେଲ ଶକ୍ତି ଟିଭିର ରିପୋର୍ଟର ପ୍ରଦୀପ ସିଂ, ଏକେଏନ ନ୍ୟୁଜର ରିପୋର୍ଟର ଦେବୀ ଗୌଡ ଓ କଂଗ୍ରେସ ନେତା ଖେମରାଜ ବାଗ୍ । ଜିଲ୍ଲାପରିଷଦ ସଭ୍ୟାଙ୍କ ଅଭିଯୋଗ ଅନୁସାରେ ଦୁଇ ଜଣ ରିପୋର୍ଟର ୱେବ ଚ୍ୟାନେଲରେ ତାଙ୍କ ଚରିତ୍ରକୁ ସଂହାର କଲା ଭଳି ଖବର ପ୍ରସାରଣ କରି ଭାଇରାଲ କରିଛନ୍ତି । କଂଗ୍ରେସ ନେତା ଖେମରାଜ ବାଗଙ୍କ ପ୍ରରୋଚନାରେ ଦୁଇ ରିପୋର୍ଟର ଏପରି କାମ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

କିଛି ଦିନ ତଳେ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ସୁରକ୍ଷାକୁ ନେଇ ଉପୁଜିଥିବା ବିବାଦରୁ ଦୂରେଇ ରହିବାକୁ କଂଗ୍ରେସ ନେତା କ୍ଷେମରାଜ ବାଗ କହିଥିଲେ । ନହେଲେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ହେମାଙ୍ଗିନି । ତୁରନ୍ତ ଦୁଇ ରିପୋର୍ଟରଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।