କନକ ବ୍ୟୁରୋ : କନକ ନ୍ୟୁଜ ନାଁରେ ବୁଲୁଛି ମିଛ ଖବର । କଳାହାଣ୍ଡିର ବିଭିନ୍ନ କଲେଜରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କନକ ନ୍ୟୁଜ ନାଁରେ ମିଥ୍ୟା ଖବର ପ୍ରଚାର କରାଯାଉଥିବା ନଜରକୁ ଆସିଛି । କନକ ନ୍ୟୁଜର ମିଥ୍ୟା ଲୋଗୋ ବ୍ୟବହାର କରି କେହି ଚକ୍ରାନ୍ତକାରୀ ଏଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି । ଏଥିରେ ଭବାନୀପାଟଣାସ୍ଥିତ ବିନାୟକ କଲେଜରୁ ୧୯ ଛାତ୍ରଛାତ୍ରୀ କରୋନା ପଜିଟିଭ ବାହାରିଥିବା ମିଥ୍ୟା ପ୍ରଚାର କରାଯାଉଛି ।
ସେହିପରି ଭିକାଶ କଲେଜରେ ୭ ପଜିଟିଭ ଚିହ୍ନଟ ହୋଇଥିବା ଗୁଜବ ପ୍ରଚାର କରାଯାଉଛି । ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, କନକ ନ୍ୟୁଜ ଏଭଳି କୌଣସି ଖବର ପ୍ରସାରଣ କରିନାହିଁ । କେହି ଅସାଧୁ ବ୍ୟକ୍ତି କନକ ନ୍ୟୁଜର ଲୋଗୋ ଗ୍ୟବହାର କରି ଏଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେଣୁ ଏଭଳି ମିଥ୍ୟା ଖବରକୁ ବିଶ୍ୱାସ କରନ୍ତୁ ନାହିଁ । ଏବଂ କକନକ ନ୍ୟୁଜ ନାଁରେ ଏଭଳି ଗୁଜବ ପ୍ରଚାରକାରୀଙ୍କ ପ୍ରତି ସତର୍କ ରୁହନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/18-33.jpg)