କନକ ବ୍ୟୁରୋ : ସରକାର ଦାଦନ ରୋକିବାକୁ ବହୁ ପଦକ୍ଷେପ ନେଉଥିବା କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକ ଥମିବାର ନା ନେଉ ନାହିଁ । ଅର୍ଥ ଉପାର୍ଜନର ପ୍ରଲୋଭନ ଦେଖାଇ ଜିଲ୍ଲାର ଧର୍ମଗଡ ବ୍ଲକ ଗୋଳାମୁଣ୍ଡା ଅଂଚଳର ୧୨ଜଣ ନାବାଳିକାକୁ ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି । ତିନି ଜଣ ଦଲାଲ ଟ୍ରେନ ଯୋଗେ ୧୨ ନାବାଳିକାଙ୍କୁ ତାମିଲନାଡୁକୁ ନେଉଥିବା ବେଳେ କେସିଙ୍ଗା ପୋଲିସ ହାତରେ ଧରାପଡିଛନ୍ତି । ତିନି ଦଲାଲଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଲାଇଛି ।
କଳାହାଣ୍ଡି : ୧୨ଜଣ ନାବାଳିକା ଦାଦନ ଶ୍ରମିକ ଉଦ୍ଧାର, ୩ ଦଲାଲ୍ ଅଟକ
/kanak/media/post_attachments/wp-content/uploads/2017/03/vlcsnap-2017-03-24-16h18m24s511.png)