ଆସନ୍ତା ୬ରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହୋଇପାରେ କାଳବୈଶାଖୀ ! ସେପଟେ ପଶ୍ଚିମ ଓଡିଶାରେ ବଢିବ ତାପମାତ୍ରା

Advertisment
୬ ତାରିଖ ଯାଏଁ ବଡ଼ ବର୍ଷା ନାହିଁ : ୭ ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା

କନକ ବ୍ୟୁରୋ : ଆସନ୍ତା ୫ ଦିନ ପାଇଁ ଓଡ଼ିଶାରେ ଜାରି ରହିବ କାଳବୈଶାଖୀ। ଏପ୍ରିଲ ୬ରୁ ଅର୍ଧାଧିକ ଜିଲ୍ଲାରେ ଝଡ଼ର ସମ୍ଭାବନା ରହିଛି। ବର୍ଷା ପରିମାଣ କମ୍ ରହିବ। ଘଣ୍ଟା ପ୍ରତି ୩୦ରୁ ୪୫ କିମି ବେଗରେ ପବନ ବୋହିପାରେ। ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରଭାବ ଅଧିକ ରହିବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବ। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରି ଉପରକୁ ଚାଲିଯିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଆସନ୍ତା ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ହାଲକା ବର୍ଷା ସହ ୨୦ରୁ ୩୦ କିମି ବେଗରେ ପବନ ହେବ।

publive-image୬ ତାରିଖ ଅପରାହ୍ଣଠାରୁ କୋହଲା ପାଗ ଲାଗି ରହିବ। ପବନର ବେଗ ବଢ଼ିବ। ବର୍ଷା ହୋଇନପାରେ। ୯ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଗତକାଲି ମଧ୍ୟ ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ ତାପମାତ୍ରା ୪୧ ଡିଗ୍ରିରେ ପହଞ୍ଚିଥିଲା। ଏଥିସହ ଝାରସୁଗୁଡ଼ାରେ ୪୦.୩ ଡିଗ୍ରି ଥିବା ବେଳେ ମାଲକାନଗିରି, ଭବାନୀପାଟଣା ଓ ବଲାଙ୍ଗୀରରେ ୪୦ ଡିଗ୍ରି ଲେଖାଏଁ ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe