କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ତାଣ୍ଡବ । ଘରଦ୍ୱାର ଭାଙ୍ଗି ପଡିଥିବା ବେଳେ ବଡ ବଡ ଗଛ ସବୁ ଉପୁଡି ପଡିଛି । ଭଞ୍ଜନଗର ବିଭିନ୍ନ ଅଞ୍ଚଳରେ ଝଡ ବର୍ଷାରେ ବହୁ କ୍ଷୟକ୍ଷତି ହୋଇଛି । ବଡପଥରାରୁ ନେଇ ମହାଗୁଡା ଓ ମଙ୍ଗଳପୁର ଅଞ୍ଚଳରେ ପ୍ରବଳ ବର୍ଷା ପବନରେ ଘର ଦ୍ୱାର ଭାଙ୍ଗି ପଡିଛି । ବଡ ବଡ ଗଛ ସବୁ ଉପୁଡିଯାଇଥିବା ବେଳେ ରାସ୍ତା ଅବରୋଧ ହୋଇଛି ।

Advertisment