ବାଲେଶ୍ୱରରେ କାଳବୈଶାଖୀର ତାଣ୍ଡବ : ରେମୁଣାରେ କୁଆପଥର ମାଡରେ ୨୦ରୁ ଅଧିକ ଆହତ । ଶହଶହ ହେକ୍ଟର ଜମିର ଫସଲ ନଷ୍ଟ

Advertisment
ବାଲେଶ୍ୱରରେ କାଳବୈଶାଖୀର ତାଣ୍ଡବ : ରେମୁଣାରେ କୁଆପଥର ମାଡରେ ୨୦ରୁ ଅଧିକ ଆହତ । ଶହଶହ ହେକ୍ଟର ଜମିର ଫସଲ ନଷ୍ଟ

କନକ ବ୍ୟୁରୋ : ଅଦିନିଆ ବର୍ଷାର ତାଣ୍ଡବ । ଗତକାଲି କାଳବୈଶାଖୀ ବର୍ଷା ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଛି । ମାତ୍ର ଘଂଟାଏ ବର୍ଷାରେ ବାଲେଶ୍ୱର, ଭଦ୍ରକ ସମେତ ମୟୁରଭଂଜ କିଛି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୁଆପଥର ମାଡ଼ରେ ୨୫ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳ ଶହେରୁ ଅଧିକ ଲୋକଙ୍କ ଘରର ଛାତ ନଷ୍ଟ ହୋଇଯାଇଛି । କୁଆପଥର ଗୁଡ଼ିକର ଓଜନ ପ୍ରାୟ ପାଂଚ ଶହ ଗ୍ରାମରୁ ୨ କିଲୋ ଗ୍ରାମ ରହିଥିବା କୁହାଯାଇଛି ।

publive-image

କୁଆପଥର ମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ରେମୁଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଦିନିଆ ବର୍ଷା ପାଇଁ ଶହ ଶହ ହେକ୍ଟର ଜମିରେ ରବି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ବାଲେଶ୍ୱର, ଭଦ୍ରକ, ମୟୁରଭଂଜ ଜିଲ୍ଲାରୁ ସବୁଠାରୁ ଅଧିକ କ୍ଷତି ହୋଇଛି ବାଲେଶ୍ୱର ଜିଲ୍ଲାରେ । କାଳବୈଶାଖୀ ପ୍ରଭାବରେ ଅନେକ ସମୟ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe