କନକ ବ୍ୟୁରୋ: ଉପକୂଳବର୍ତ୍ତି ଓଡିଶାକୁ ଛାଡିଦେଲେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମ ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶାର ସୁନ୍ଦରଗଡ, ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡା ଏବଂ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ,ଗଜପତି, ଗଂଜାମରେ କାଳବୈଶାଖୀ ଅନୂଭୂତ ହେବ । ତେଣୁ ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ଗଂଜାମ ଓ ନବରଙ୍ଗପୁରରେ ସର୍ତକ ସୂଚନା ଜାରି କରାଯାଇଛି ।
/kanak/media/post_attachments/wp-content/uploads/2019/03/summer-heat-wave-640x356-1-300x167.jpg)
ଅନ୍ୟପଟେ, ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ଜିଲ୍ଲା ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଦେଓଗଡ, ଅନୁଗୁଳ, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାହ ଯୋର ହେବ । ତେଣୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷ କରି ପଶ୍ଚିମଓଡିଶାରେ ଉପର ମୁହାଁ ହୋଇଛି ପାରା । ଏହିଭଳି ଖରାକୁ ଦେଖି ପଶ୍ଚିମ ଓଡିଶା ର ଅନେକ ଜିଲ୍ଲାକୁ ୟେଲୋ ଓାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଏହା ମଧ୍ୟରେ ରହିଛି ସୁନ୍ଦରଗଡ ।
ଦୀର୍ଘ ୨୦ ଦିନ ହୋଇଯିବ ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ । ୪ ଦିନ ହେଲା ଏହି ତାପମାତ୍ରା ୪୨ ରୁ ୪୩ ରହୁଛି । ସକାଳ ୮ଟାରୁ ତାପମାତ୍ରା ୩୭ ଡିଗ୍ରୀ ଟପିବା ଆରମ୍ଭ କରୁଥିବା ବେଳେ ମଧ୍ୟାହ୍ନରେ ଝାଞ୍ଜି ପବନ ଆଉ ସଂଧ୍ୟା ହୋଇଗଲେ ଅସହ୍ୟ ଗୁଳୁଗୁଳିରେ ଅତିଷ୍ଟ ହୋଇଗଲେଣି । ଦିନ ୧୨ ଟା ପରେ ସହର ରେ ଅଘୋଷିତ କର୍ଫୁ ଭଳି ମନେ ହେଉଛି । ଅତି ଜରୁରୀ କାମ ନ ପଡିଲେ ଲୋକେ ଘର ବାହାରୁ ନାହାନ୍ତି । ଅନ୍ୟ ପଟେ ସଂଧ୍ୟାର ଗୁଳୁଗୁଳି ଯୋଗୁଁ ମଧ୍ୟ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି ।