କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ବରକୁ, କନିଆ ଲେଡି ଡନ୍ । ଦିଲ୍ଲୀରେ ଗ୍ୟାଙ୍ଗଷ୍ଟାରଙ୍କ ବିବାହକୁ ନେଇ ସାରା ଦେଶରେ ଚର୍ଚ୍ଚା । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଓରଫ କାଲା ଜଥେଡି ଏବଂ ଲେଡି ଡନ୍ ଅନୁରାଧା ଚୌଧୁରୀ ଓରଫ୍ ମ୍ୟାଡାମ୍ ମିଂଜ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦିଲ୍ଲୀ ଦ୍ୱାରକା ସ୍ଥିତ ସନ୍ତୋଷ ଗାର୍ଡେନରେ ମଙ୍ଗଳବାର ବିବାହ କରିଛନ୍ତି ଏହି ଦୁଇ ଗ୍ୟାଙ୍ଗଷ୍ଟାର । ତେବେ ଏହି ଗ୍ୟାଙ୍ଗଷ୍ଟାର ବିବାହ ପାଇଁ ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ପୋଲିସ ଛାଉଣୀ ଦେଖିବାକୁ ମିଳିଥିଲା । ଏହି ବିବାହ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଦିଲ୍ଲୀ ପୋଲିସ ।
ପ୍ରତ୍ୟେକ ଅତିଥିଙ୍କ ଆଇଡି କାର୍ଡ ଯାଞ୍ଚ୍ କରିବା ପରେ ହିଁ ଭିତରକୁ ଛାଡୁଥିଲା ପୋଲିସ । ଗ୍ୟାଙ୍ଗଷ୍ଟାରଙ୍କ ବିବାହ ପାଇଁ ପୋଲିସ ମାତ୍ର ଅଧ ଘଣ୍ଟାର ସମୟ ଦେଇଥିଲା । କୌଣସି ବଡ ଅଘଟଣରୁ ଦୃଷ୍ଟିରେ ରଖି ସଜାଗ ରହିଥିଲା ପୋଲିସ୍ । ଉଭୟ କାଲା ଜଥେଡି ଓ ମ୍ୟାଡାମ୍ ମିଂଜଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଦୁହେଁ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୱାଂଟେଡ୍ ରହିଥିଲେ । ଦୁହେଁ ପ୍ରଥମେ ବନାରସରେ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ପରିବାର ଲୋକଙ୍କ ଇଚ୍ଚା ଅନୁସାରେ ସର୍ବ ସମ୍ମୁଖରେ ବିବାହ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/29-13.jpg)