କାଳ ପାଲଟିଲା କାଳବୈଶାଖୀ। ଭାଙ୍ଗିଦେଲା ଘରଦ୍ୱାର, ଉଡ଼ାଇନେଲା ଘର ଛପର

402

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ନାରପାଟଣା ବ୍ଳକ । କାଳବ÷ଶାଖୀ ତାଣ୍ଡବରେ ଘର ଦ୍ୱାର ଭାଙ୍ଗିପଡ଼ିଥିବା ବେଳେ କାହା ଘର ଉପରେ ଛପର ନାହିଁ । ଅନେକଙ୍କ ଘରର ଛାତ ଉଡ଼ିଯାଇଛି । ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ପୀଡ଼ିତ । ସେହିପରି ଗଛପତ୍ର ଭାଙ୍ଗି ପଡ଼ିବା ସହ ଲୋକଙ୍କର ଅନେକ କ୍ଷତି ହୋଇଛି । କୋରାପୁଟ ଜିଲ୍ଳାରେ ଗତ କିଛି ଦିନ ହେଲା କାଳବୈଶାଖୀର ତାଣ୍ଡବ ଲାଗି ରହିଛି । ସନ୍ଧ୍ୟା ନଇ ଆସିଲେ ଘଡ଼ ଘଡ଼ି ସହ କୁଆ ପଥର ବର୍ଷା ଲୋକଙ୍କ ନିଦ ହଜାଇ ଦେଉଛି ।

ଅନ୍ୟପଟେ ଗତକାଲି ହୋଇଥିବା କୁଆ ପଥର ବର୍ଷାରେ ଚାଷୀର ବ୍ୟାପକ କ୍ଷତି ହୋଇଛି ।  ଦ୍ରୁତବେଗରେ ପବନ ବହିବା ସାଙ୍ଗକୁ କୁଆ ପଥର ବର୍ଷାରେ କୋଟପାଡ଼ ବ୍ଳକର ୫୦ ହେକ୍ଟରରୁ ଅଧିକା ରବି ଧାନ ଫସଲ ନଷ୍ଟ ହୋଇଯାଇଛି । ଅମଳ ସମୟରେ କୁଆ ପଥର ବର୍ଷା ଧାନ ଫସଲ ଉଜାଡ଼ି ଦେଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି ।

ପ୍ରଶାସନ ତରଫରୁ କ୍ଷୟକ୍ଷତିର ଆକଳନ ହେଉଥିବା ବେଳେ ବ୍ଳକର ପ୍ରତ୍ୟେକ ତହସିଲଦାର ନିଜ ନିଜ ଅଞ୍ଚଳର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଳା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଧେଶ ଜାରି ହୋଇଛି । ଆକଳନ ଅନୁସାରେ କ୍ଷତିଗ୍ରସ୍ତଙ୍କୁ କେତେ ସହାୟତା ମିଳୁଛି ତାହା ଉପରେ ରହିଛି ନଜର ।