କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ଶକ୍ତିପୀଠ କାକଟପୁରର ମଙ୍ଗଳା ମନ୍ଦିରରେ ଷୋଡଶ ପୂଜା ଆରମ୍ଭ ହୋଇଛି । ଆଜି ସୁନା ବେଶରେ ମାଆ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଯାତ୍ରା ଶେଷ ହୋଇଛି । ମାଆଙ୍କ ଖଣ୍ଡା ସ୍ଥାପନ ପରେ ଜିଲ୍ଲାର ସମସ୍ତ ଶକ୍ତୀପୀଠରେ ଆରମ୍ଭ ହୋଇଥିବା ପାର୍ବଣ ପୂଜା ।

Advertisment

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ସୁନାବେଶ । ପୀଠରେ ଷୋଡଶ ଉପଚାର ଆରମ୍ଭ ହୋଇଥିଲା ବେଳେ ସ୍ୱର୍ଣ୍ଣ ଭୂଷଣରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମାଆ ମଙ୍ଗଳା । ପଦ୍ମ କଢିକା, ପୂର୍ଣ୍ଣ ଚନ୍ଦ୍ର, କଟିପଟି, ବେଲପତ୍ରୀ, ମୁକୁଟ, ଗଳାହାର ସହିତ ଅନେକ ସୁବର୍ଣ୍ଣ ଅଳଙ୍କାରକୁ ପାଲିଙ୍କିରେ ନେଇଥିଲେ ସେବାୟତ । ମାଆଙ୍କ ଠାରେ ମାନସିକ ପୂରଣ ପରେ ଦୁଇ ଭକ୍ତ ଦାନ କରିଥିବା ସୁନା ଅଳଙ୍କାର ମଧ୍ୟ ମାଆଙ୍କୁ ଭେଟି ଦିଆଯାଇଛି ।

ସେପଟେ କଳାହାଣ୍ଡି ଜିଲ୍ଲା ଜୁନାଗଡରେ ମାଆ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ପାଳିତ ହୋଇଯାଇଛି । ପୂଜାର୍ଚ୍ଚନା ପରେ ମା ଲଙ୍କେଶ୍ୱରୀଙ୍କ ପାଟଖଣ୍ଡା ଶୋଭାଯାତ୍ରାରେ ବାହାରିଛି । ଆଉ ମାଆଙ୍କ ଖଣ୍ଡାକୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ଶହ ଶହ ଶ୍ରଦ୍ଧାଳୁ । ରୀତି ନୀତି ଅନୁସାରେ ସୁନାରୀ ସେବକ ମାଆଙ୍କ ଖଣ୍ଡାକୁ ମାର୍ଜନା କରିଥିଲେ । ଏହାପରେ ମହାରାଜ ଖଣ୍ଡାକୁ ମନ୍ଦିରରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ମାଆ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପରେ ଜିଲ୍ଲୀ ସମସ୍ତ ଦେବୀ ପୀଠରେ ପାର୍ବଣ ଆରମ୍ଭ ହୋଇଛି ।