କଟକଣା ଭିତରେ ଖୋଲିଲା କାକଟପୁର ମଙ୍ଗଳା ମନ୍ଦିର : ବ୍ୟାରିକେଡ ମଧ୍ୟରେ ମନ୍ଦିରକୁ ପ୍ରବେଶ ପାଇଁ କରାଯାଇଛି ବ୍ୟବସ୍ଥା

ଭୋଗ ମଣ୍ଡପରୁ ମାଆଙ୍କୁ ଦର୍ଶନ କରିବେ ଭକ୍ତ

262

କନକ ବ୍ୟୁରୋ : କଟକଣା ଭିତରେ ଖୋଲିଲା କାକଟପୁର ମଙ୍ଗଳା ମନ୍ଦିର । ବ୍ୟାରିକେଡ ମଧ୍ୟରେ ମଙ୍ଗଳା ମନ୍ଦିରକୁ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଭୋଗ ମଣ୍ଡପରୁ ମାଆଙ୍କୁ ଦର୍ଶନ କରିବେ । ଗର୍ଭଗୃହକୁ ପ୍ରବେଶ ସହ ମନ୍ଦିର ମଧ୍ୟରେ ଭୋଗ ଓ ଦୀପ ଜାଳିବା ଉପରେ କଟକଣା ଲଗାଯାଇଛି । ଶ୍ରଦ୍ଧାଳୁମାନେ ପୂର୍ବଦ୍ୱାରରେ ପ୍ରବଶେ କରିବା ପରେ ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ କରିବେ । ସେହିପରି ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।