କେବେ ସରିବ କାକଟପୁର କଲେଜର ଉନ୍ନତିକରଣ କାମ । ବିଜ୍ଞାନଗାର ପାଲଟିଛି ଅଳିଆ ଗଦା, ପ୍ରାକ୍ଟିକାଲରୁ ବଞ୍ଚିତ ବିଜ୍ଞାନ ଛାତ୍ରଛାତ୍ରୀ

32

କନକ ବ୍ୟୁରୋ : ବିକାଶର ବିକଳ ଚିତ୍ର । ସ୍କୁଲ କଲେଜର ଆଧୁନିକୀ କରଣ କରାଯାଇଛି । ସ୍ମାର୍ଟ କ୍ଲାସ ରୁମରୁ ନେଇ ଇ-ଲାଇବ୍ରେରୀର ମଧ୍ୟ ବ୍ୟବସ୍ଥା ନେଇ କାମ ଆରମ୍ଭ ହୋଇଥିଲା । ଏହି ସବୁ ସୁବିଧା ପରେ ମଡେଲ କଲେଜ ଭାବେ ପରିବର୍ଦ୍ଧିତ ନେଇ ଆଶା ବି ରହିଥିଲା । ହେଲେ କାମ ସମ୍ପ୍ରୁ୍ଣ୍ଣ ହୋଇନଥିବାରୁ ସ୍କୁଲ ଓ କଲେଜ ଗୁଡିକରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହିଭଳି କିଛି ଚିତ୍ର କାକଟପୁର କଲେଜରେ ଦେଖିବାକୁ ମିଳିଛି । ଦୀର୍ଘ ୭ ମାସ ହେଲା କାମ ଆରମ୍ଭ ହୋଇ ବି ସରିବାର ନାଁ ନେଉନି । କଲେଜର କଳା ଓ ବିଜ୍ଞାନ ବିଭାଗ ରହିଛି । ହେଲେ କାମ ଅଧ।।ରେ ଥିବା ଯୋଗୁ ପିଲାଙ୍କ ପାଠ ପଢା ହୋଇପାରୁନି । ଶ୍ରେଣୀ ଗୃହରେ ଠିକାଦାର ସମସ୍ତ ଅଦରକାରୀ ଜିନିଷ ଠୁଳ କରି ରଖିଥିବା ବେଳେ କଲେଜ ଭାଙ୍ଗି ରୁଜି ହୋଇପଡିଛି ।

କଲେଜର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାବୋରଟେରୀ ଅବ୍ୟବସ୍ଥା ଘେରରେ ପଡି ରହିଛି । ପ୍ରାକ୍ଟିକାଲ ପାଇଁ ଆବଶ୍ୟକୀୟ ସିଲିଣ୍ଡରରୁ ନେଇ ଗ୍ଲାସ ପାଇପ୍ ସବୁ ଏଣେ ତେଣେ ପଡି ରହିଛି । ଯାହା ଦ୍ୱାରା ବିନା ପରୀକ୍ଷା ସମାଗ୍ରୀ ଓ ରାସାୟନିକ ପଦାର୍ଥ ଅଭାବରୁ ପ୍ରାକ୍ଟିକାଲରୁ ବଂଚିତ ରହିଛନ୍ତି ପିଲାମାନେ । ପାଠ ପଢାରୁ ବଂଚିତ ରହିଥିବା ବେଳେ ଶିକ୍ଷାଦାନ ଏବେ ଏକ ବଡ ସମସ୍ୟା ପାଲଟିଛି ।

ଅଧାପନ୍ତରିଆ ହୋଇ ପଡିରହିଥିବା ଏହି କଲେଜ ଘର ସବୁ ଖୁବଶୀଘ୍ର ସମ୍ପୁର୍ଣ୍ଣ କରାଯାଇପାରିଲେ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇପାରିବେ ।