ବିଗ ବି’ଙ୍କ ପରେ ମହମ ପ୍ରତିମୂର୍ତ୍ତିରେ ଝଲସିବେ କାଜୋଲ । ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ ବଲିଉତ ଅଭିନେତ୍ରୀ

31

ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ । କିଛିଦିନ ତଳେ କାଜୋଲ ‘ସ୍ୱଚ୍ଛ ଆଦତ ସ୍ୱଚ୍ଛ ଭାରତ’ କ୍ୟାମ୍ପେନିଂ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ମନୋନିତ ହୋଇ ଚର୍ଚ୍ଚାକୁ ଆସିଥିଲେ । ଏ ବିଷୟରେ କାଜୋଲ ନିଜ ଫେସବୁକ ଆକାଉଣ୍ଟରେ ସୂଚନା ଦେଇଥିଲେ । ବର୍ତ୍ତମାନ କାଜୋଲ ଚର୍ଚ୍ଚାକୁ ଆସିବାର ଅନ୍ୟ ଏକ କାରଣ ରହିଛି ।

ଆପଣ ଜାଣିଥିବେ ଯେ ଲଣ୍ଡନସ୍ଥିତ ମ୍ୟାଡାମ ତୁଷାଦ୍ ମ୍ୟୁଜିୟମ ମହମ ପ୍ରତିମୂର୍ତ୍ତି ପାଇଁ ବେଶ ପରିଚିତ । ଏଠାରେ ଅନେକ ବଲିଉଡ କଳାକାର ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ଏବର୍ଷ ଏହି ମ୍ୟୁଜିୟମରେ କାଜୋଲଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରସ୍ତୁତି ଗତ କିଛିଦିନ ହେଲା ଆରମ୍ଭ ହୋଇସାରିଛି । ତେବେ ମ୍ୟୁଜିୟମ ଟିମର କେତେ ଜଣ ସଦସ୍ୟ ପୂର୍ବରୁ କାଜୋଲଙ୍କର ମାପ ନେଇସାରିଛନ୍ତି ।

କାଜୋଲ ବିଭିନ୍ନ ଚରିତ୍ରରେ ଅଭିନୟ କରିବ ସହିତ ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ହାସିଲ କରିସାରିଛନ୍ତି । ଏହା ବ୍ୟତୀତ ଶିଶୁ ଓ ମହିଳା କଲ୍ୟାଣ ପାଇଁ ବିଭିନ୍ନ କାମ ମଧ୍ୟ କରୁଛନ୍ତି । ନିକଟରେ ‘ସ୍ୱଚ୍ଛ ଆଦତ୍ ସ୍ୱଚ୍ଛ ଭାରତ’ର ବ୍ରାଣ୍ଡ ଆମ୍ବାସାଡର ଭାବେ ମନୋନୀତ ହେବା ସମୟରେ ସେ କହିଥିଲେ ‘ମୁଁ ସ୍ୱଚ୍ଛତାର ଦୂତ ହୋବା ସହ ଆଗାମୀ ଦିନରେ ଏକ ସ୍ୱଚ୍ଛ ଭାରତ ନିର୍ମାଣରେ ଯୋଗଦେବା ପାଇଁ ଆଗ୍ରହୀ ।’