ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ! ଖୋଲିଲା କାଜିରଙ୍ଗା ଜାତୀୟ ଉଦ୍ୟାନ, ଜଳପ୍ରଳୟରେ ନଷ୍ଟ ହୋଇଯାଇଥିଲା ପୂରା ଉଦ୍ୟାନ

76

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବନ୍ୟା ବିପର୍ଯ୍ୟୟ ଯୋଗୁଁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା କାଜିରଂଗା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଛି  । ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହý ମାନ୍ୟତା ପାଇଥିବା କାଜିରଂଗାକୁ ପ୍ରଥମ ଦିନରେ ୬୭୫ ଜଣ ଭାରତୀୟ ଓ ଜଣେ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଯାଇଥିବା ଜଣାପଡ଼ିଛି  । ଗଣ୍ଡା ପାଇଁ ପ୍ରସିଦ୍ଧ କାଜିରଂଗାକୁ ପୂର୍ବ ବର୍ଷ ଲକ୍ଷେ ସତୁରୀ ହଜାର ଭାରତୀୟ ଓ ୭ ହଜାରରୁ ଅଧିକ ବିଦେଶୀ ଭ୍ରମଣ ପାଇଁ ଆସିଥିଲେ  ।

ଚଳିତ ବର୍ଷ ବନ୍ୟା ଦ୍ୱାରା ଏହା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା କାଜିରଙ୍ଗା ଜାତୀୟ ଉଦ୍ୟାନ । ତେବେ ବନ୍ୟାରେ କ୍ଷତିଗ୍ରସ୍ତ ହେବା ସତ୍ୱେ ମଧ୍ୟ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଙ୍ଗଲ ବିଭାଗ ଅନୁମାନ କରିଛି  । ପୂର୍ବରୁ ଅଭୟାରଣ୍ୟର ୪୩୦ ବର୍ଗ କିଲୋମିଟର ଅଂଚଳରେ ଜଳପ୍ରଳୟ ଦେଖିବାକୁ ମିଳିଥିଲା  । ବନ୍ୟାଯୋଗୁଁ ପଶୁପକ୍ଷୀଙ୍କ ଆଶ୍ରୟସ୍ଥଳ ନଷ୍ଟ ହୋଇଥିବା ବେଳେ ଅନେକ ପଶୁପକ୍ଷୀ ମୃତ୍ୟୁବରଣ କରିଥିଲେ  । ଏବେ ଆସାମର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପୁଣିଥରେ ଖୋଲିବା ପରେ ପର୍ଯ୍ୟଟକ ଆନନ୍ଦ ପ୍ରକାଶ କରିଛନ୍ତି  ।