ପାକିସ୍ତାନରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ, ଭାରତ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେବନି । ଜାତିସଂଘରେ ପାକିସ୍ତାନର ଧଜିଆ ଉଡାଇଲା ଭାରତ । 

130

କନକ ବ୍ୟୁରୋ : ବିଶ୍ୱ ଆଗରେ ସୈତାନ ପାକିସ୍ତାନର ମୁଖା ଖୋଲିଲା ଭାରତ । ସୀମା ସେପାରିରୁ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତ କହିଛି ଯେ,  ପାକିସ୍ତାନରୁ ପ୍ରାୟୋଜିତ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେବନି ଭାରତ । କୌଣସି ଦେଶ ସହ ଆଲୋଚନା ସେତେବେଳେ ସମ୍ଭବ ଯେତେବେଳେ ଆତଙ୍କ ଓ ହିଂସା ମୁକ୍ତ ମାହୋଲ ପାଇଁ ଅନ୍ୟ ଦେଶ ରାଜି ହେବ ।

ଜାତିସଂଘ ସୁରକ୍ଷା ପରିଷଦରେ ଭାରତୀୟ ଅଧିକାରୀ କାଜଲ ଭଟ୍ଟ କହିଛନ୍ତି, ପାକିସ୍ତାନ ସହିତ ଅନ୍ୟ ପଡୋଶୀ ରାଷ୍ଟ୍ର ସହତ୍ତଉତ୍ତମ ଓ ସୌହାର୍ଦ୍ଦପୂଣ୍ୟ ସର୍ମ୍ପକ ଚାହୁଁଛି ଭାରତ । ଏପରିକି ଅନେକ ବିବାଦୀୟ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଭାରତ ଚାହୁଁଛି । କିନ୍ତୁ ଏଭଳି ଆଲୋଚନା ପାଇଁ ଏକ ଶାନ୍ତିପୂର୍ଣ୍ଣ ଓ ହିଂସାମୁକ୍ତ ମାହୋଲ ଆବଶ୍ୟକ । ଆଉ ଏଭଳି ଅନୁକୂଳ ମାହୋଲ ପାକିସ୍ତାନ ସୃଷ୍ଟି କରିବାର ଆବଶ୍ୟକତା ରହିଛି । କିନ୍ତୁ ଯେପର୍ଯ୍ୟନ୍ତ ଏଭଳି ମାହୋଲ ସୃଷ୍ଟି ହୋଇନାହିଁ ସେପର୍ଯ୍ୟନ୍ତ ସୀମା ସେପାରିରୁ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ ଜବାବ ଦେବାକୁ କଡା କାର୍ଯ୍ୟାନୁଷ୍ଠାନ ନେବାରେ ଟିକିଏ ବି ପଛଘୁଞ୍ଚା ଦେବନି ଭାରତ । ଏହାସହ ୟୁଏନଏସସିରେ ପାକିସ୍ତାନ ଯେଉଁ କାଶ୍ମୀର ପ୍ରସଙ୍ଗ ଉଠାଇଛି ତାହାକୁ ନେଇ ବର୍ଷିଛି ଭାରତ ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଅଙ୍ଗ । କାଶ୍ମୀରର କିଛି ଅଞ୍ଚଳକୁ ପାକିସ୍ତାନ ଅବୈଧ ରୂପେ କବଜା କରିଛି, ତେଣୁ ଏହାକୁ ତୁରନ୍ତ ଖାଲି କରୁ । ଏହାଛଡା ନିଜ ଦେଶରେ ସାଂଘାତିକ ସ୍ଥିତି ଉପୁଜିଛି ତାହା ଉପରୁ ନଜର ହଟାଇବାକୁ ପାକିସ୍ତାନ ଏଭଳି ଅନେକଥର କାଶ୍ମୀର ପ୍ରସଙ୍ଗ ଉଠାଇଛି । ପାକିସ୍ତାନରେ ଆତଙ୍କବାଦୀ ମାନେ ଖୋଲାଖୋଲି ବୁଲୁଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି, ଟ୍ରେନିଂ ଦେଉଛି । ଏପରିକି ଆର୍ଥିକ ସାହାଯ୍ୟ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଉଛି । ଆଉ ଏହା ପାକିସ୍ତାନର ପୁରୁଣା ଇତିହାସ । କିନ୍ତୁ ଏଠାରେ ବାସ କରୁଥିବା ଅଳ୍ପସଂଖ୍ୟକ ସମୁଦାୟ ଲୋକଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି ।