ଗଡସେ ବିବାଦ : ସାଧ୍ୱୀ ପ୍ରଜ୍ଞାଙ୍କ ବୟାନ ଉପରେ ମତ ରଖିଲେ ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ! କହିଲେ , ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପିରୁ ବାହାର କରି ରାଜଧର୍ମ ଦେଖାନ୍ତୁ ବିଜେପି ।

202

ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞାଙ୍କ ନାଥୁରାମ୍ ଗଡ଼ସେଙ୍କୁ ଦେଶଭକ୍ତ କହିବା ବୟାନ୍ ଉପରେ ନୋବେଲ୍ ପୁରସ୍କାର ବିଜେତା କୈଳାସ ଶତ୍ୟାର୍ଥୀ କଡ଼ା ଆଲୋଚନା କରିଛନ୍ତି । ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବା ତଥା ବାଳ ଅଧିକାର କାର୍ଯ୍ୟକର୍ତ୍ତା କୈଳାସ ଶତ୍ୟାର୍ଥୀ କହିଥିଲେ ସାଧ୍ୱୀ ପ୍ରଜ୍ଞା ମହାତ୍ମା ଗାନ୍ଧିଙ୍କ ଆତ୍ମାର ହତ୍ୟା କରିଛନ୍ତି । ଏଭଳି ବୟାନ ଦେବା ଯୋଗୁଁ ବିଜେପି ପ୍ରଜ୍ଞାଙ୍କୁ ପାର୍ଟିରୁ ଯଥାଶୀଘ୍ର ବାହାରର ରାସ୍ତା ଦେଖାଇ ନିଜ ରାଜଧର୍ମ ସାବ୍ୟସ୍ତ କରନ୍ତୁ ।

ସତ୍ୟାର୍ଥୀ କହିଛନ୍ତି , ଗଡସେ ଗାନ୍ଧିଙ୍କ ଶରୀରର ହତ୍ୟା କରିଥିଲେ । କିନ୍ତୁ ପ୍ରଜ୍ଞା ତାଙ୍କ ଆତ୍ମା , ଶାନ୍ତି,ସହିଷ୍ଣୁତା ଏବଂ ଭାରତର ଆତ୍ମାର ହତ୍ୟା କରିଛନ୍ତି । ଗାନ୍ଧୀ ପ୍ରତିଟି ସତ୍ତା ଏବଂ ରାଜନୀତିରୁ ଉପରେ ରହିଛନ୍ତି । ବିଜେପି ନେତୃତ୍ୱର ମୋହ ତ୍ୟାଗ କରି ତାଙ୍କୁ ତକ୍ରାଳ ପାର୍ଟିରୁ ବହିଷ୍କୃତ କରନ୍ତୁ । ସୁଚନାନୁସାରେ , ଭୋପାଳ ଲୋକସଭା ସିଟ୍ ରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା କିଛି ଦିନ ପୂର୍ବରୁ ହିଁ ଏକ ପ୍ରଶ୍ନ ପଚାରିଥିଲେ , ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ଗଡ଼ସେ ସବୁଠାରୁ ବଡ ଦେଶଭକ୍ତ ଥିଲେ ଏବଂ ଯେଉଁ ଲୋକମାନେ ତାଙ୍କୁ ଆତଙ୍କବାଦୀ କହୁଛନ୍ତି ସେ ନିଜ ଭିତରକୁ ଦେଖନ୍ତୁ । ଯେତେବେଳେ ଏହି ବୟାନ୍ ବିବାଦର ରୁପ ନେଲା ପ୍ରଜ୍ଞା ଠାକୁର ବୟାନ୍ ବଦଳାଇ କ୍ଷମା ମାଗିଥିଲେ ।