କାଢା ପିଇଲେ ବଢେ କି ରୋଗ ପ୍ରତିରୋଧକ ଶକ୍ତି: ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା 

Advertisment
ପ୍ରାଇମ ଟାଇମ ବୁଲେଟିନ : ୧୪/୦୧/୨୦୨୨

କନକ ବ୍ୟୁରୋ: କାଢ଼ା ପିଇବା କେବେ ହେଲେ କୋଭିଡରୁ ସୁସ୍ଥ ହେବାର ବିକଳ୍ପ ନୁହେଁ ବୋଲି କିଛି ବିଶେଷଜ୍ଞ କହିଥିବା ବେଳେ କାଢ଼ା ସପକ୍ଷରେ ମଧ୍ୟ ଯୁକ୍ତି ବାଢିଛନ୍ତି କିଛି ଆୟୁର୍ବେଦ ବିଶେଷଜ୍ଞ । ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, କାଢ଼଼ା ପିଇଲେ ପଜିଟିଭ୍ ରୋଗୀ ସୁସ୍ଥ ହୋଇ ପାରିବେ ନାହିଁ । ତେବେ କାଢ଼ା ପିଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ବୃଦ୍ଧି ପାଇବ ।

ତୃତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଇବା ପରେ ପୁଣିଥରେ କାଢ଼ାର ଉପକାରିତା ଓ ଅନ୍ୟାନ୍ୟ ଆୟୁଷ ଉପଚାର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାଢ଼ା ପିଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପରେ ଏହାର ଗୁରୁତ୍ୱ ବଢ଼ିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe