ନାଗାର୍ଜୁନ ବେଶରୁ କଦମ୍ବ ଝରା ଗାଏବ : ଫଟୋ ଭାଇରାଲ ପରେ ବଢିଲା ବିବାଦ

ଜଣେ ସବାୟତ ଫେସବୁକ ଆକାଂଉଟରେ କରିଛନ୍ତି ପୋଷ୍ଟ

121

କନକ ବ୍ୟୁରୋ : ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସରିଛି । ହେଲେ ବିବାଦ କିନ୍ତୁ ପିଛା ଛାଡୁନି । ନାଗାର୍ଜୁନ ବେଶରେ ଆକର୍ଷଣୀୟ ସୂର୍ଯ୍ୟଚନ୍ଦ୍ର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନିଆଯାଇଥିବା ଚର୍ଚ୍ଚା ହେବା ପରେ ଏବେ ଆହୁରି ଅନେକ ଅଂଶ ଗାଏବ ହୋଇଥିବା ଚର୍ଚ୍ଚା ହେଉଛି । ମଙ୍ଗଳବାର ମହାପ୍ରଭୁଙ୍କ ବୀର ବେଶରେ ଲାଗିହେଉଥିବା କଦମ୍ବ କାଠି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ସେବକ ଏହି ଫଟୋ ନିଜ ଫେସବୁକ ଆକାଂଉଟରେ ପୋଷ୍ଟ କରିଛନ୍ତି ।

ଗତ ଶୁକ୍ରବାର ଗର୍ଭଗୃହରେ ବିନା ଭକ୍ତରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ଛତିଶା ନିଯୋଗ, ପରିଚାଳନା କମିଟି ଓ ବିଭିନ୍ନ ସେବାୟତଙ୍କ ନିଯୋଗର ସହମତିକ୍ରମେ ଏହି ବେଶ ଭକ୍ତଙ୍କ ଦର୍ଶନ ଲାଗି ସଂଗ୍ରହାଳୟରେ ସଂରକ୍ଷଣ ଲାଗି ନିଷ୍ପତ ହୋଇଥିଲା । ଏବେ ଏହି ଭାଇରାଲ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଭାଇରାଲ ଫଟୋ ଶ୍ରୀମନ୍ଦିର ଭିତର ନା ବାହାର, ବେଶରେ ଲାଗିଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ ।