କନକ ବ୍ୟୁରୋ : ବାଲିଗୁଡ଼ା କଡ଼ଗାବାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ । ବିଇଓଙ୍କୁ ଅଭିଯୋଗ ପାଇଁ ବର୍ଷାରେ ଭିଜି ୨୫ କିଲୋମିଟର ଗଲେ ଛାତ୍ରଛାତ୍ରୀ । ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ସେମାନଙ୍କୁ ଆଶ୍ୱାସନା ଦେବା ପରେ ସେମାନେ ଘରକୁ ଫେରିଛନ୍ତି । ସେମାନଙ୍କ ଦାବି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ । ୨୦୧୯ ସର୍ଭେ ଅନୁସାରେ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ହେଲେ ବର୍ତ୍ତମାନ ସେଠାରେ ୩୦ ଛାତ୍ରଛାତ୍ରୀ ଅଛନ୍ତି ।

Advertisment

ତେଣୁ ସ୍କୁଲ ଚାଲିଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ । ୨୦୦୪ ମସିହାରେ ଏହି ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ହେଲେ ବର୍ତ୍ତମାନ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ କରାଯାଉଛି । ଏହି ନିୟମ ଅନୁସାରେ କଡ଼ଗାବାଲି ପ୍ରାଥମିକ ବିଦ୍ୟାଳୟକୁ ଦୁଇ କିଲୋମିଟର ଦୂରରେ ଥିବା ଏକ ସ୍କୁଲ ସହ ମିଶ୍ରଣ କରାଯାଇଛି । ୨୦୨୦ରେ ମଧ୍ୟ ଏହି ସ୍କୁଲ ବନ୍ଦ ନିଷ୍ପତ୍ତି ହୋଇଥିଲା । ହେଲେ ସେତେବେଳେ ଲୋକଙ୍କ ଦାବି ପରେ ସ୍କୁଲ ବନ୍ଦ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଥିଲା ।