କନକ ବ୍ୟୁରୋ : କାଚା ବାଦାମ ଗୀତ ଗାୟକ ଭୁବନ ବାଦ୍ୟକାର ଦୁର୍ଘଟଣାର ଶିକାର । ସୋମବାର ବିଳମ୍ବିତ ରାତିରେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କୁ ପଶ୍ଚିମବଙ୍ଗର ବୀରଭୂମ ସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଚା ବାଦାମ ଗୀତ ଗାଈ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଗାୟକ ଏକ କାର ଡ୍ରାଇଭିଂ ଶିଖୁଥିଲେ ।

Advertisment

ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭବନଙ୍କ ଘର ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର କୁରାଲଜୁରୀ ଗାଁ । ଦୁଇ ପୁଅ, ଜଣେ ଝିଅ ଏବଂ ପତ୍ନୀଙ୍କ ସହିତ ଭୁବନ ଗାଁରେ ରୁହନ୍ତି । ଭୁବନ ଗାଁକୁ ଗାଁ ବୁଲି ସାଇକେଲରେ ବାଦାମ ବିକ୍ରି କରନ୍ତି । ଏହି ସମୟରେ ସେ ନିଜ ଦ୍ୱାରା ପ୍ରସ୍ତୁତ କାଚା ବାଦାମ ଗାଇ ବାଦାମ ବିକ୍ରି କରନ୍ତି । ଦିନେ ଭୁବନ କାଚା ବାଦାମ ଗୀତ ଗାଉଥିବା ବେଳେ ଜଣେ ବ୍ୟକ୍ତି ଏକ ଭିଡିଓ ରେକର୍ଡିଂ କରି ସୋଶିଆଲ ମିଡିଆରେ ଅପଲୋଡ କରି ଦେଇଥିଲେ ।

ଏହାପରେ ଭୁବନ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି । ନିକଟରେ ଭୁବନ ଏକ ସାକ୍ଷାତକାରରେ କହିଥିଲେ ତାଙ୍କର ଲୋକପ୍ରିୟତା ଏତେ ବଢି ଯାଇଛି ଯେ ସେ ଆଉ ବାଦାମ ବିକ୍ରି କରିବା ସମ୍ଭବ ହୋଇପାରୁନି । ତେଣୁ ସେ ବାଦାମ ବିକ୍ରି କରିବା ଛାଡି ଦେଇଛନ୍ତି ।