ଆଫଗାନିସ୍ତାନ ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଲା ଋଷିଆ : କହିଲେ, ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ

571

କନକ ବ୍ୟୁରୋ : ଆଫଗାନିସ୍ତାନ ସଙ୍କଟକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏହାରି ଭିତରେ ଆଫଗାନିସ୍ତାନ ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଛି ଋଷିଆ । ତାଲିବାନୀଙ୍କୁ ସପକ୍ଷରେ ମତ ରଖିଛନ୍ତି ଋଷିଆ ରାଷ୍ଟ୍ରଦୂତ । ତାଲିବାନୀଙ୍କୁ ପ୍ରଶଂସା କରିଛନ୍ତି ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋ । ସେ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ । ତାଲିବାନ କବଜାର ୨୪ ଘଂଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଅଧିକ ସୁରକ୍ଷିତ ।

ସେପଟେ, ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ତାଲିବାନୀ ମାନେ ଖୁସିଲେ ନାଚିବା ସହ ଦୋଳି ଖେଳିବାର ଚିତ୍ର ସାମ୍ନାକୁ ଆସିଛି । ଏହାର କିଛି ଭିଡ଼ିଓ ଏବେ ଭାଇରାଲ ହୋଇଛି । ଭିଡ଼ିଓରେ ଛୋଟ ପିଲାଙ୍କ ଖେଳନା ଗାଡ଼ି ଚଳାଇ ମଜା କରୁଛନ୍ତି ତାଲିବାନୀ । ଏହା ସହ ଜିମରେ ଏକ୍ସରସାଇଜ କରୁଥିବାର ଦେଖିବାକୁ ମିଳିଛି । ତାଲିବାନ ମାନେ ଅଫଗାନିସ୍ତାନକୁ କବଜା କରିବା ପରେ ଲୋକଙ୍କ ମଧ୍ୟରେ ଭୟ ବାତାବରଣ ଦେଖାଦେଇଛି । ଲୋକେ ତାଙ୍କ ଜୀବନ ବଂଚାଇବା ପାଇଁ ନିଜ ନିଜ ଦେଶକୁ ଫେରୁଥିବା ବେଳେ ତାଲିବାନ ମାନେ ଖୁସି ମନାଇଛନ୍ତି ।