କାବୁଲ ବିମାନବନ୍ଦରରେ ବିସ୍ଫୋରଣ, ମୃତକଙ୍କ ମଧ୍ୟରେ ରହିଛି ଜଣେ ଶିଶୁ

Advertisment
କାବୁଲ ବିମାନବନ୍ଦରରେ ବିସ୍ଫୋରଣ, ମୃତକଙ୍କ ମଧ୍ୟରେ ରହିଛି ଜଣେ ଶିଶୁ

କନକ ବ୍ୟୁରୋ : ଆତଙ୍କବାଦୀଙ୍କ କବଜାରେ ଆଫଗାନିସ୍ତାନ ଆସିବା ପରେ ଏବେ ସେଠାରେ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ଆଜି କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁର ମୃତ୍ୟୁ ସମସ୍ତଙ୍କ ହୃଦୟରେ କୋଠାରଘାତ କରିଛି ।

ବିମାନ ବନ୍ଦର ବାହାରେ ହୋଇଥିବା ରକେଟ ମାଡରେ ମୋଟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିବା ସହ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । କୁହାଯାଉଛି କି ଏହି ରକେଟ ମାଡ ଆଇଏସଆଇଏ ତରଫରୁ ଆମେରିକୀୟ ସେନାଙ୍କୁ ଟାର୍ଗେଟ କରି କରାଯାଇଛି । ଏଥିରେ ପ୍ରକୃତରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ଓ କେତେ ଲୋକ ଆହତ ହୋଇଛନ୍ତି ତା’ର ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ହେଲେ ରକେଟ ମାଡରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି ।

ବିସ୍ଫୋରଣ ପରେ ଭାଇରାଲ ହେଉଥିବା ଫଟୋରେ ବିମାନବନ୍ଦର ନିକଟରେ କଳା ଧୂଆଁ ଦୃଶ୍ୟମାନ ହେଉଛି । ଏପର୍ୟ୍ୟନ୍ତ କୌଣସି ଆତଙ୍କବାଦୀ ସଂସ୍ଥା ଏହି ଘଟଣା ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହାପୂର୍ବରୁ ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦର ଉପରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିଲା।

କିଛି ସମୟ ପୂର୍ବରୁ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଥିଲେ ଜୋ ବାଇଡେନ୍‌ । ସେ କହିଥିଲେ, ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆମ କମାଣ୍ଡର୍‌ମାନେ ମୋତେ ସୂଚନା ଦେଇଛନ୍ତି। ତେଣୁ, ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଁ ସେମାନଙ୍କୁ ନିର୍ଦେଶ ଦେଇଛି। କାରଣ, ସେମାନେ ବିମାନ ବନ୍ଦରକୁ ନିରାପଦ ରଖିବା ସହ ଆମେରିକୀୟ ଏବଂ ତାଲିବାନ୍ ଶାସନରୁ ନିସ୍ତାର ପାଇବା ଲାଗି ବ୍ୟାକୁଳ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରାଇବାରେ ସହାୟକ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe