କନକ ବ୍ୟୁରୋ: ଆସିକା ଲୋକସଭା ଆସନ ଅଧିନରେ ଥିବା କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ରରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ଆଉ ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ମତଦାତା । ତେବେ ଏହି ଆସନରେ କେଉଁ ଦଳର ପ୍ରାର୍ଥୀଙ୍କୁ ଭରସା କରିବେ ଭୋଟର ସେନେଇ ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । କିନ୍ତୁ ଆସନ୍ତା ମେ’ ୨୩ ତାରିଖରେ ଆସିବାକୁ ଥିବା ଫଳାଫଳ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ହେଲେ କବିସୂର୍ଯ୍ୟନଗର ରାଜନୀତି ଅଙ୍କ କେଉଁଭଳି ରହିଛି ତାହା ଉପରେ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡି: ଲତିକା ପ୍ରଧାନ
କଂଗ୍ରେସ: ବିଜୟ କୁମାର ସାହୁ
ବିଜେପି: ରଂଜନ ପଲାଇ
୨୦୧୯-ବିଜେଡି: ଲତିକା ପ୍ରଧାନ
- ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
- ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ସଭାପତି
- ପୂର୍ବତନ ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ
- ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ
- ଗତଥର ଟିକେଟ୍ ପାଇ ଶେଷ ମୁହୂର୍ତରେ କଟିଥିଲା
୨୦୧୯-କଂଗ୍ରେସ: ବିଜୟ କୁମାର ସାହୁ
- କଂଗ୍ରେସର ନୂଆ ଚେହେରା
- କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷ
- ଦୀର୍ଘଦିନ ହେଲା କଂଗ୍ରେସ ସଂଗଠନରେ ଅଛନ୍ତି
୨୦୧୯-ବିଜେପି: ରଂଜନ ପଲାଇ
- ପୂର୍ବରୁ ଗଂଜାମ ଜିଲ୍ଲା ବିଜେଡିର ଉପସଭାପତି ଥିଲେ
- ୨ ବର୍ଷ ତଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି
- ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
ମୈଦାନରେ ମହିଳା ପ୍ରାର୍ଥୀ
- ଲତିକା ପ୍ରଧାନ (ବିଜେଡି)
ନିର୍ବାଚନ ମଣ୍ଡଳୀ ତଥ୍ୟ
- କୋଦଳା ଏନ୍ଏସି, ବେଗୁନିଆପଡା ବ୍ଳକ , ପୁରଷୋତମପୁର ବ୍ଳକ୍, କବିସୂର୍ଯ୍ୟନଗର ବ୍ଳକ ଓ କବିସୂର୍ଯ୍ୟନଗର ଏନ୍ଏସିକୁ ନେଇ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଗଠିତ ।
- କୋଦଳା ଏନ୍ଏସି ସ୍ୱାଧୀନ କବଜାରେ ରହିଛି
- ବେଗୁନିଆପଡା ବ୍ଳକ, କବିସୂର୍ଯ୍ୟନଗର ବ୍ଳକ ଓ କବିସୂର୍ଯ୍ୟନଗର ଏନ୍ଏସି ବିଜେଡି ଦଖଲରେ ରହିଛି ।
ମୁହାଁମୁହିଁ ପ୍ରାର୍ଥୀ
- କବିସୂର୍ଯ୍ୟନଗର ମୈଦାନରେ ତିନି ଦଳର ନୂଆ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ ବିଜେଡିର ସକ୍ରିୟ ସଦସ୍ୟ
- ଗତଥର ଶେଷ ମୁହୂର୍ତରେ ଲତିକାଙ୍କ ଟିକେଟ୍ କଟିଥିଲା
- ବିଜେପି ପ୍ରାର୍ଥୀ ବିଜୟ କୁମାର ସାହୁ ପୂର୍ବରୁ ଗଂଜାମ ଜିଲ୍ଲା ବିଜେଡିର ଉପସଭାପତି ଥିଲେ, ଏବେ ବିଜେପିରେ ଯୋଗ ଦେଇ ଟିକେଟ୍ ପାଇଛନ୍ତି
- କଂଗ୍ରେସ ପ୍ରାର୍ଥୀ ରଂଜନ ପଲାଇ କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷ ଥିଲେ, ପ୍ରଥମଥର ପାଇଁ ବିଧାୟକ ପ୍ରାର୍ଥୀ କରିଛି କଂଗ୍ରେସ
କବିସୂର୍ଯ୍ୟନଗର ବିଧାନସଭା ଆସନ
- ୧୯୬୭ରେ ଗଠନ ହୋଇଥିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ
- ଆସ୍କା ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- କମ୍ୟୁନିଷ୍ଟ ଏବଂ କଂଗ୍ରେସର ଦବଦବା ରହିଛି
- ୨୦୦୪ରେ ପ୍ରଥମଥର ପାଇଁ ବିଜେଡି ଜିତିଥିଲା
- ବିଜେଡିର ଲଡୁକିଶୋର ସ୍ୱାଇଁ ଥରେ ଏବଂ ଭି.ସୁଜ୍ଞାନ କୁମାରୀ ଦେଓ ଦୁଇଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୫ ହଜାର ୭୯୬
- ମତ ଦେଇଥିଲେ – ୧ ଲକ୍ଷ ୩୨ ହଜାର ୫୨୫
- ଭୋଟଦାନ ହାର – ୬୪.୪୦%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଭି. ସୁଜ୍ଞାନ କୁମାରୀ ଦେଓ ବିଜେଡି ୬୭,୧୬୧ ୫୦.୬୮% ବିଜୟୀ
ସୀତାରାମ ପାଣିଗ୍ରାହୀ କଂଗ୍ରେସ ୯୮୪୩ ୭.୪୩% ପରାସ୍ତ
ବିଷ୍ଣୁପ୍ରସାଦ ଜେନା ବିଜେପି ୪୩୧୫ ୩.୨୬% ପରାସ୍ତ
ହରପ୍ରସାଦ ସାହୁ ସ୍ୱାଧୀନ ୪୫,୬୬୧ ୩୪.୪୫% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଭି. ସୁଜ୍ଞାନ କୁମାରୀ ଦେଓ
ଦଳ - ବିଜେଡି
ଭୋଟ - ୬୭୧୬୧
ପ୍ରତିଶତ - ୫୦.୬୮%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ବିଷ୍ଣୁପ୍ରସାଦ ଜେନା
ଦଳ - ବିଜେପି
ଭୋଟ - ୪୩୧୫
ପ୍ରତିଶତ - ୩.୨୬%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୀତାରାମ ପାଣିଗ୍ରାହୀ
ଦଳ - କଂଗ୍ରେସ
ଭୋଟ - ୯୮୪୩
ପ୍ରତିଶତ - ୭.୪୩%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଭି. ସୁଜ୍ଞାନ କୁମାରୀ ଦେଓ ବିଜୟୀ ହୋଇଥିଲେ
- ୬୭ ହଜାର ୧୬୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ସ୍ୱାଧିନ ପ୍ରାର୍ଥୀ ହରପ୍ରସାଦ ସାହୁଙ୍କୁ ପରାସ୍ତ କରିଥିଲେ
- ୨୧ ହଜାର ୫୦୦ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀ ସମେତ ୩ ଜଣ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୬ ହଜାର ୪୨୧
- ମତ ଦେଇଥିଲେ – ୧ ଲକ୍ଷ ୦୧ ହଜାର ୬୯୪
- ଭୋଟଦାନ ହାର – ୫୪.୫୫%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଭି. ସୁଜ୍ଞାନ କୁମାର ଦେଓ ବିଜେଡି ୫୬,୯୬୦ ୫୬.୦୧% ବିଜୟୀ
କିଶୋର ପଲେଇ କଂଗ୍ରେସ ୩୩,୮୯୨ ୩୩.୩୩% ପରାସ୍ତ
ପ୍ରବୋଧ ଚନ୍ଦ୍ର ପଣ୍ଡା ବିଜେପି ୫୭୯୨ ୫.୭୦% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଭି. ସୁଜ୍ଞାନ କୁମାର ଦେଓ
ଦଳ - ବିଜେଡି
ଭୋଟ - ୫୬୯୬୦
ପ୍ରତିଶତ - ୫୬.୦୧%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ପ୍ରବୋଧ ଚନ୍ଦ୍ର ପଣ୍ଡା
ଦଳ - ବିଜେପି
ଭୋଟ - ୫୭୯୨
ପ୍ରତିଶତ - ୫.୭୦%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - କିଶୋର ପଲେଇ
ଦଳ - କଂଗ୍ରେସ
ଭୋଟ - ୩୩୮୯୨
ପ୍ରତିଶତ - ୩୩.୩୩%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଭି. ସୁଜ୍ଞାନ କୁମାରୀ ଦେଓ ବିଜୟୀ ହୋଇଥିଲେ
- ୫୬ ହଜାର ୯୬୦ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ କିଶୋଇ ପଲେଇଙ୍କୁ ପରାସ୍ତ କରିଥିଲେ
- ୨୩ ହଜାର ୬୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀଙ୍କ ସମେତ ୩ ଜଣ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବଦଳିଥିଲେ ।
- ପ୍ରବୋଧ ଚନ୍ଦ୍ର ପଣ୍ଡାଙ୍କ ସ୍ଥାନରେ ବିଷ୍ଣୁପ୍ରସାଦ ଜେନାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
- କଂଗ୍ରେସ, କିଶୋର ପଲେଇଙ୍କ ସ୍ଥାନରେ ସୀତାରାମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ପ୍ରାୟ ୨୪ ହଜାର କମ୍ ଭୋଟ୍ ପାଇଥିଲା
- ବିଧାୟକ ଭି. ସୁଜ୍ଞାନ କୁମାର ଦେଓଙ୍କୁ ପୁଣି ପ୍ରାର୍ଥୀ କରି ବିଜୟୀ ହୋଇଥିଲା ବିଜେଡି