ମିଥୁନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାତିଥି
ପୁନର୍ବସୁ ନକ୍ଷତ୍ର ସେ ଦିନର ପାହାନ୍ତି
ସେ ଦିନରେ ରଥଯାତ୍ରା କରିବୁ ଆମ୍ଭେ ଖେଡି
ଦକ୍ଷିଣ ମୁରତି ବିଜେ କରିବୁ ବଳଗଣ୍ଡି
ସାଜିଣି ହୋଇଛି ତିନି ରଥ ପାଟ ପତନି ମଣ୍ଡଣି ନେତ
ସୁବର୍ଣ୍ଣ କଳସ ଉପରେ ଚିରାଳ ଫରଫର ଉଡେ
ବାନା ନେତ ପ୍ରଭୁ ତିନି ରଥ
ନୀଳଗିରି ଜଗନ୍ନାଥ ଶଙ୍ଖ ଚକ୍ର ଚତୁହସ୍ତ
ରଥ ବିଜୟକୁ ଅନା, ଶୁଣ ହୋ ମନାୟେ
ବଳଗଣ୍ଡି ପରିବେଶ ରହଣି ନବ ଦିବସ
ଶିଶୁ ଅରଜୁନ ଦାସ, ମନେ ଉଲ୍ଲାସ ୟେ
ଜଗବନ୍ଧୁ ହେ ଗୋସାଇଁ!
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଆଶ୍ରେନାହିଁ ।
ସାତଶ ପଞ୍ଚାଶ କୋଷ ଚାଲି ନପାରଇ
ମୋହ ଯିବା ଯାଏ ନନ୍ଦିଘୋଷ ଥିବ ରହି
ରଥ ଚାରିପାଶେ ଲମ୍ବେ ମୁକୁତାର ଝରା
ଝଲମଲ ଦିଶୁଥାଇ ପ୍ରଭୁ ଚକାଡୋଳା
ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର
ଜୟଜୟ ଜଗନ୍ନାଥ ଚଢି ନନ୍ଦିଘୋଷ ରଥ
ଅନ୍ତର୍ଯ୍ୟାମା! ଅନ୍ତର୍ଗତ ବାରତା ଜାଣ
ସଜ ହୋଇଥିବ ନନ୍ଦିଘୋଷରଥ
ମୁଁ ଥିବି ତୁମ୍ଭ ସେବାରେ
ଆଗେ ଗଜପତି ଉଭା ହୋଇଛନ୍ତି
ଶିରେ ଯୋଡି କର ଦୁଇକି
ସୁନା ଶୋଧନୀରେ ମାର୍ଜନା କରନ୍ତି
ପହଣ୍ଡି ବିଜୟେ ଭୂଇଁକି
କୋଟି କନ୍ଦର୍ପ ବ୍ରହ୍ମ ସ୍ୱରୂପ ଜଗତ ତାରିବା ପାଇଁ
ଅନଲିଳେ ପ୍ରଭୁ ପହଣ୍ଡି ନିଜୟେ ଶଙ୍ଖ ଚକ୍ର ବିରାଜଇ
ବଡ ଦେଉଲରୁ ପହଣ୍ଡି ବିଜେଲୋ କୃପାମୟ ଚକାଆକ୍ଷି
ଭକତି ଜଳରେ ଜଡସଡି କୋଟି ନୟନ ରହିଛି ଲାଖି
ଦଇତାପତିମାନେ ଚାରିପାଶେ ବେଷ୍ଟିତ ହୋଇ
ବିଜେ କରାଇବା ଚାତୁରୀ କହି ନୁହଇ
ରଥମାନେ ପୋତପ୍ରାୟେ ଦିଶନ୍ତି ଶୋଭିତ
ବହୁତ ରତନ ବସନରେ ସୁମଣ୍ଡିତ ହେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us