ଅଦାନୀ ପ୍ରସଙ୍ଗ,କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : କାଇଲା କାରବାରରେ ଅଦାନୀ ଗ୍ରୁପ୍ କରିଛି ୩୨ ହଜାର କୋଟି ଟଙ୍କାର ଦୁର୍ନୀତି

129

କନକ ବ୍ୟୁରୋ : ଅଦାନୀ ପ୍ରସଙ୍ଗ ଉଠାଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଦାନୀ ପାଇଁ ଭାରତରେ କୋଇଲା ଏବଂ ବିଦୁତ ଦର ବୃଦ୍ଧି ପାଇଛି । ଅଦାନୀ ଇଣ୍ଡୋନେସିଆରୁ କମ ଦାମରେ କୋଇଲା କିଣି ଭାରତରେ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । କୋଇଲା ଇଣ୍ଡୋନେସିଆରୁ ଭାରତ ଆସି ପହଞ୍ଚିବା ପରେ ଦର ଦୁଇ ଗୁଣା ହୋଇଯାଉଛି । ଅଦାନୀ ଗରିବ ଲୋକଙ୍କ ଟଙ୍କା ଲୁଟୁଛି ।

କୋଇଲା ଦର ବୃଦ୍ଧି ଯୋଗୁଁ ଅଦାନୀ ଗ୍ରୁପକୁ ୩୨ ହଜାର କୋଟି ଟଙ୍କାର ଫାଇଦା ମିଳିଛି । କୋଇଦା ଦର ବୃଦ୍ଧି ଯୋଗୁ ବିଦ୍ୟୁତ୍ ଦର ମଧ୍ୟ ବୃଦ୍ଧି ପାଉଛି । ଏହା ସିଧାସଳଖ ଲୋକଙ୍କ ଟଙ୍କା ଚୋରି ହେଉଛି ବୋଲି ରାହୁଲ କହିଛନ୍ତି । ଅଦାନୀ ଏବଂ କୋଇଲା ଦରକୁ ନେଥ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଫାଇନାନସିଆଲ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ଦେଖାଇ ରାହୁଲ ଏଭଳି ଅଭିଯୋଗ ଆଣିଛନ୍ତି । ଅନ୍ୟ ଦେଶରେ ଏହାକୁ ନେଇ ତଦନ୍ତ ଚାଲିଥିବା ବେଳେ କିନ୍ତୁ ଭାରତରେ କିଛି ହେଉନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।