ସୁନକଙ୍କ ହାତରେ ବ୍ରିଟେନ ଶାସନ । କେମିତି ରହିବ ଭାରତ-ବ୍ରିଟେନ ସମ୍ପର୍କ ?

ସୁନକଙ୍କ ହାତରେ ବ୍ରିଟେନ ଶାସନ । କେମିତି ରହିବ ଭାରତ-ବ୍ରିଟେନ ସମ୍ପର୍କ ?

କନକ ବ୍ୟୁରୋ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ତାଙ୍କୁ ନେଇ ଯେତିକି ଚର୍ଚ୍ଚା ବିଟ୍ରେନରେ ହେଉଛି ତାଠୁ ଅଧିକ ଖବରରେ ସେ ଭାରତରେ ରହିଛନ୍ତି । ବ୍ରିଟେନର ସବୁଠୁ ଅଧିକ ଧନୀ ସାଂସଦ, ସବୁଠୁ କନିଷ୍ଠ ପ୍ରଧାନମନ୍ତ୍ରୀ, ପ୍ରଥମ ମୂଳ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ଏମିତି ଅନେକ କାରଣ ରହିଛି ଯାହା ରିଷିଙ୍କ ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ଜୀବନକୁ ଭାରତ ସହ ସିଧାସଳକ ଯୋଡୁଛି । ତେଣୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଓ ବ୍ରିଟେନ ସର୍ମ୍ପକ ଉପରେ ଏହାର କଣ ଭଲ ଖରାପ ପ୍ରଭାବ ପଡିବ ଏହାକୁ ନେଇ ରାଜନୈତିକ ପଣ୍ଡିତମାନେ ବିଭିନ୍ନ ପ୍ରକାର ଅନୁମାନ କରୁଛନ୍ତି ।

• ଭିଜା ନିୟମରେ ବଡ ପରିବର୍ତନ ସମ୍ଭାବନା ରହିଛି । ଏହାକୁ ପୂର୍ବ ଅପେକ୍ଷା ଅଧିକ ସରଳ କରାଯାଇପାରେ । କାରଣ ଏଠାରେ ବହୁ ସଂଖ୍ୟକ ଭାରତୀୟ ପାଠପଡିବା ସହ ଚାକିରି କରୁଛନ୍ତି ।
• ଋଷି ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଓ ବ୍ରିଟେନ ମଧ୍ୟରେ ସର୍ମ୍ପକ ଅଧିକ ଦୃଢ ହୋଇପାରେ
• ୟୁକେରେ ଭାରତୀୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଶେଷ ସୁବିଧା ମିଳିପାରେ
• ସେହିପରି ଭାରତରେ ୟୁକେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା ଦିଆଯାଇପାରେ
• ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ସର୍ମ୍ପକ ଅଧିକ ମଜବୁତ ହୋଇପାରେ
• ଦୁଇ ଦେଶ ମଧ୍ୟରେ ମୁକ୍ତ ବ୍ୟାପାର ସର୍ମ୍ପକକୁ ଗୁରୁତ୍ୱ ଦିଆଯାଇପାରେ
• ସବୁଠୁ ବଡ କଥା ହେଉଛି ଯଦିଓ ରିଷି ମୂଳ ଭାରତୀୟ ତଥାପି ତାଙ୍କ ପାଖରେ ରହିଛି ବ୍ରିଟେନର ନାଗରିକତା । ତେଣୁ ସେ ଯାହା ବି ନିଷ୍ପତି ନେବେ ପ୍ରଥମେ ନିଜ ଦେଶବାସୀଙ୍କ ହିତକୁ ଦୃଷ୍ଟିରେ ରଖି ନେବେ
• ଋଷି ପୂର୍ବରୁ ଏକଥା କହି ସାରିଛନ୍ତି କି ଉଭୟ ଦେଶ ନିଜର ସର୍ମ୍ପକକୁ ଅଧିକ ମଜବୁତ କରିବା ପାଇଁ ଯତ୍ନବାନ ହେବେ

ମଙ୍ଗଳବାର ବ୍ରିଟେନର ରାଜା କିଙ୍ଗ ଚାଲର୍ସ ୩ୟଙ୍କୁ ଭେଟିବା ପରେ ଔପଚାରିକ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ୠଷି ସୁନକ । ଦେଶବାସୀଙ୍କୁ ସମ୍ବୋଧନ କରିି ଦେଶ ଓ ଦେଶବାସୀଙ୍କୁ ଏକାଧିକ ପ୍ରତିଶ୍ରୁତି ଦେଇଥିଲେ । ୨୮ ତାରିଖରେ ଶପଥ ଗ୍ରହଣ କରିବେ । ଏବେ ସମସ୍ତଙ୍କ ନଜର ଆଗାମୀ ଦିନରେ ଭାରତ ପ୍ରତି ଋଷିିଙ୍କ ଆଭିମୁଖ୍ୟ କଣ ରହୁଛି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe