କନକ ବ୍ୟୁରୋ: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ କେ ସୂର୍ଯ୍ୟ ରାଓ । ନିଜ ସମର୍ଥକଙ୍କ ସହ ଶଂଖ ଭବନ ଯାଇ ସେଠାରେ ବିଜେଡିରେ ସାମିଲ ହୋଇଛନ୍ତି ସୂର୍ଯ୍ୟ ରାଓ ।

୨୦୧୪ରୁ ୨୦୧୯ ଯାଏଁ ପାରଳାଖେମୁଣ୍ଡିରୁ ବିଧାୟକ ଥିଲେ ସୂର୍ଯ୍ୟ । ସେଠାରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି । ଆଜି ସେ ବିଜେଡିରେ ସାମିଲ ହେବା ପରେ ଉଭୟ ପାରଳାଖେମୁଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭାରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି ।