କନକ ବ୍ୟୁରୋ: ଦୁଇ ପିଲାଙ୍କ ଦେଖାଶୁଣା କରିବା ମହିଳାଙ୍କୁ ମାସକୁ ମିଳିବ ପାଖାପାଖି ୮୩ ଲକ୍ଷ ଟଙ୍କ ଦରମା । ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ବିବେକ ରାମସ୍ୱାମୀ ଦେଇଛନ୍ତି ଏଭଳି ବିଜ୍ଞାପନ । କିନ୍ତୁ ଏଥିପାଇଁ ରଖିଛନ୍ତି କିଛି ସର୍ତ୍ତ । ଯେଉଁମାନେ ସେ ରଖିଥିବା ସର୍ତ୍ତକୁ ମାନିବେ ତାଙ୍କୁ ହିଁ ଏତିକି ଦରମା ମିଳିବ ।

Advertisment

ବିବେକ ରାମସ୍ୱାମୀଙ୍କ ସର୍ତ୍ତ ଅନୁସାରେ ପିଲାଙ୍କ ଯତ୍ନ ନେବାକୁ ଥିବା ଆୟାଙ୍କ ବୟସ ୨୧ କିମ୍ବା ଏହାଠାରୁ ଅଧିକ ହୋଇଥିବା ଜରୁରୀ ଏବଂ ପୂର୍ବରୁ ତାଙ୍କର ପିଲାଙ୍କ ଯତ୍ନ ନେବାର ଅଭିଜ୍ଞତା ଥିବ । ଆୟାଙ୍କୁ ସପ୍ତାହକୁ ଥରେ ଛୁଟି ମିଳିବ । ପିଲାଙ୍କୁ ସମ୍ଭାଳିବା ସହ ପ୍ରତି ସପ୍ତାହରେ ପରିବାର ସହ ଥରେ ବିମାନ ଯାତ୍ରା ସମୟରେ ତାଙ୍କ ସହ ଯିବାକୁ ପଡିବ । ଖାଲି ଏତିକି ନୁହେଁ ତାଙ୍କ ଘରେ ଥିବା ରୋଷେୟା ଓ ହାଉସକିପର ସହ ମିଶି ଆବଶ୍ୟକ ସମୟରେ ଘର କାମରେ ସହଯୋଗ କରିବାକୁ ପଡିବ । ବିଭିନ୍ନ ସ୍ଥାନକୁ ଯିବା ପାଇଁ ପିଲାମାନଙ୍କର ପୋଷାକ ଓ ଆବଶ୍ୟକ ସାମଗ୍ରୀ ସଜାଡିବାକୁ ପଡିବ ।

ବିବେକ ରାମସ୍ୱାମୀ ଅପୂର୍ବା ଟି ରାମସ୍ୱାମୀଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇ ପୁଅ । ନିକଟରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେଣୁ ସେ ନିଜ ପିଲାଙ୍କ ପାଇଁ ଉପଯୁକ୍ତ ଓ ଦକ୍ଷ ଆୟା ସନ୍ଧାନରେ ଥିବା ଜଣାପଡିଛି ।