କନକବ୍ୟୁରୋ: ପ୍ରଚଣ୍ଡ ଖରାରେ ୮୦ ବର୍ଷୀୟା ବୃଦ୍ଧାଙ୍କ ଧାରଣା । ସେ ବଂଚିଛନ୍ତି । ଘର ପରିବାର, ସଂପର୍କୀୟ ସମସ୍ତେ ଜାଣିଛନ୍ତି । କିନ୍ତୁ ତାଙ୍କୁ କାଗଜପତ୍ରରେ ମାରିଦେଇଛି ରାୟଗଡା ତହସିଲ କାର୍ଯ୍ୟାଳୟ । ତେଣୁ ଜୀବିତ ପ୍ରମାଣପତ୍ର ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୧୫ ଦିନ ହେଲା ଧାରଣାରେ ବସିଛନ୍ତି କେ. ପାର୍ବତୀ । ଲାଇଫ୍ ସାର୍ଟିଫିକେଟ୍ ପାଇଁ ୧୫ ଦିନ ହେଲା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ୮୦ ବର୍ଷୀୟ ବୃଦ୍ଧା କେ. ପାର୍ବତୀ । ପରିଣତ ବୟସରେ ପାର୍ବତୀଙ୍କ ଏହି ଧାରଣ ପଛର କାହାଣୀ ଚିନ୍ତାଜନକ ଓ ପୀଡାଦାୟକ । ତାଙ୍କ କହିବା ଅନୁସାରେ, ପରିବାର, ପଡୋଶୀ ଓ ସମ୍ପର୍କୀୟଙ୍କ ପାଇଁ ସେ ଜୀବିତ ଥିଲେ ମଧ୍ୟ ରାୟଗଡା ତହସିଲଦାରଙ୍କ ପାଇଁ ମୃତ ।
ବଂଚି ଥାଉ ଥାଉ ତାଙ୍କୁ ମାରିଦେଇଛନ୍ତି ସରକାରୀ କର୍ମଚାରୀ । ରାୟଗଡାର କେ.ଗୋବିନ୍ଦ ପଟ୍ଟନାୟକ ପୈତୃକ ସମ୍ପତି ନିଜ ନାଁରେ କରାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହି ଆବେଦନ ଆଧାରରେ ଉତ୍ତରାଧିକାରୀ ଏବଂ ପରିବାର ସଦସ୍ୟଙ୍କ ସଂପୂର୍ଣ୍ଣ ତଥ୍ୟ ଦେବାକୁ ରାୟଗଡା ତହସିଲଦାରଙ୍କୁ ନିର୍ଦ୍ଧେଶ ଦେଇଥିଲେ ଜିଲ୍ଲା ପ୍ରଶାସନ । ରାୟଗଡା ଆରଆଇ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ ।
ସେହି ରିପୋର୍ଟ ସନ୍ତୋଷଜନକ ନହବାରୁ ପରବର୍ତି ସମୟରେ ରାଜସ୍ୱ ସୁପରଭାଇଜର ତଦନ୍ତ କରି ଯେଉଁ ରିପୋର୍ଟ ଦାଖଲ କରିଥିଲେ, ସେଥିରେ ଜୀବିତ ଥିବା ଗୋବିନ୍ଦଙ୍କ ମାଆ କେ. ପାର୍ବତୀଙ୍କୁ ମୃତ ଦର୍ଶାଇଥିବା ଜଣାପଡିଛି । ଫଳରେ ଜିଇଁ ଥାଉ ଥାଉଁ ସରକାରୀ କାଗଜରେ ମରିଗଲେ ପାର୍ବତୀ । ତେଣୁ ତାଙ୍କ ଜୀବିତ ପ୍ରମାଣ ପତ୍ର ଦେବାକୁ ପଡୁଛି । ସେହି ପ୍ରମାଣ ପତ୍ର ପାଇଁ ୧୫ ଦିନ ହେଲା ପ୍ରଚଣ୍ଡ ଖରାରେ ଧାରଣା ଦେଉଛନ୍ତି ବୃଦ୍ଧା ।
ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ତହସିଲଦାର ତାଙ୍କୁ ଦେଖୁଛନ୍ତି, ହେଲେ ସେମାନେ ମୂକ ଓ ବଧିର ପାଲଟି ଯାଇଛନ୍ତି ବୋଲି କହିଛନ୍ତି କେ. ପାର୍ବତୀ । ସେପଟେ ଏନେଇ ରାୟଗଡା ତହସିଲଦାର କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏହାର ତଦନ୍ତ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/39-11.jpg)