ଖୋଲୁଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଗୁମର । ୨୫ କୋଟି ଦେବାକୁ ଧମକ ଦେଇଥିଲେ କବିତା । କୋର୍ଟରେ ବୟାନ ରଖିଲା ସିବିଆଇ

325

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଥିବା ବିଆରଏସ ନେତ୍ରୀ କେ. କବିତାଙ୍କ ଗୁମର ଖୋଲୁଛି ସିବିିଆଇ । ଦିଲ୍ଲୀର ନୂଆ ଅବକାରୀ ନୀତିରେ ୫ଟି ମଦ ଦୋକାନ ଖୋଲିବା ପାଇଁ ଫାର୍ମା ପ୍ରୋମଟର ଶରତ ଚନ୍ଦ୍ର ରେଡିଙ୍କୁ ୨୫ କୋଟି ଟଙ୍କା ଦେବାକୁ କେ. କବିତା ଧମକ ଦେଇଥିବା ସିବିଆଇ କୋର୍ଟରେ କରିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା କେ. କବିତାଙ୍କୁ ଗିରଫ କରିବା ସହ ତିନି ଦିନିଆ ରିମାଣ୍ଡରେ ଆଣି ପଚାଉଚରା କରୁଛି ସିବିଆଇ । ୧୫ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡ ରହିବେ କବିତା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସାଉଥ ଗ୍ରୁପ୍ ଲିଙ୍କରେ ଥିବା ଅଭିଯୋଗରେ କେ. କବିତାଙ୍କୁ ଗିରଫ କରାଯାଇଛି ।