ମୋ ପୁଅକୁ ଭସେଇନେଲା ମୁକୁଳା ଡ୍ରେନ… ପୁଅ ପାଇଁ ସ୍ଥାଣୁ ପାଲଟିଗଲେ ବାପା

531

କନକ ବ୍ୟୁରୋ: ଭୁବନେଶ୍ୱର ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଡ୍ରେନ ପାଣିରେ ଛାତ୍ର ଭାସିଯିବା ଘଟଣା । ନିଖୋଜ ଜ୍ୟୋତିର୍ମୟ ବେହେରାଙ୍କ ଘରେ କାନ୍ଦ ବୋବାଳି । ପୁଅ ନିଖୋଜ ହୋଇଯିବା ପରେ କାନ୍ଦୁଛନ୍ତି ବାପାମାଆ । ମାଆ ପୁଅ ପାଇଁ କାନ୍ଦୁଥିବା ବେଳେ ବାପା ଅବାକ ହୋଇଛନ୍ତି ।

କୌଣସି କାମରୁ ଫେରି ଘରେ ଯେତେବେଳେ ପୁଅକୁ ଖୋଜିଥିଲେ ଜାଣିବାକୁ ପାଇଥିଲେ ଯେ ଟ୍ୟୁସନ ସାରଙ୍କ ପାଖକୁ ଯାଇଛି । ପୁଅକୁ ଅପେକ୍ଷା କରି ବାପା ଖାଉଥିବା ହଠାତ ଜଣେ ଯୁବକ ଆସି ଖବର ଦେଲେ ତମ ପୁଅ ଭାସିଗଲା ବୋଲି… ବାସ୍ ତାପରେ ଘରେ ଖେଳିଯାଇଛି ଲୁହର ବାତାବରଣ ।

ସେପଟେ ମାଆକୁ ୫ ମିନିଟରେ ଫେରିବ କହି ଫେରି ନଥିବାରୁ ଜ୍ୟୋତି ପାଇଁ ମୁଣ୍ଡ ପିଟି କାନ୍ଦୁଛି ମାଆ । ପୂରା ପରିବାର ଏବଂ ପଡୋଶୀ ଏ ଘଟଣାରେ ସ୍ତବ୍ଧ ହୋଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଏମସିର ଅବହେଳା ପାଇଁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ କରି ସ୍ମାର୍ଟ ସିଟିର ସାଙ୍ଘାତି ଡ୍ରେନ ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇଛନ୍ତି । ବିଧାୟକ ସୁର ରାଉତରାୟ ମଧ୍ୟ ବିଏମସିକୁ ଦାୟୀ କରି ଧାରଣା ଦେଇଥିଲେ । ଏବେ ପିଲାକୁ ଖୋଜିବାକୁ ଜୋରଦାର ଚାଲିଛି ଅପରେସନ ।