କେଦାରନାଥ ମନ୍ଦିରରୁ ଚୋରି ହୋଇଛି ସୁନା ଅଳଙ୍କାର । ୨୨୮ କେଜି ସୁନା ଚୋରି ହୋଇଥିବା ନେଇ ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗ

172

କନକ ବ୍ୟୁରୋ : ପୁରୀରେ ରତ୍ନଭଣ୍ଡାରର ଗଣତି ମଣତି ଚାଲିଥିବା ବେଳେ କେଦରନାଥରୁ ସୁନା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଭାରତର ପ୍ରାଚୀନ ଶୈବପୀଠ କେଦାରନାଥରୁ ସୁନା ଚୋରୀ ଅଭିଯୋଗ ଆଣିଛନ୍ତି ଜ୍ୟୋର୍ତିମଠର ଶଙ୍କରାଚାର୍ୟ୍ୟ ସ୍ବାମୀ ଅଭିମୁକ୍ତେଶ୍ବର ଆନନ୍ଦ। ସେ କହିଛନ୍ତି, ଦିଲ୍ଲୀରେ କେଦାରନାଥ ମନ୍ଦିରର ଅବିକଳ ନିର୍ମାଣ କରାଯାଉଛି । ହେଲେ କେଦାରନାଥଙ୍କ ସୁନା ଚୋରୀ ନେଇ କୌଣସି ତଦନ୍ତ ହେଉନାହିଁ । କେଦାରନାଥରେ ସୁନା ସ୍କାମ ହୋଇଛି, ଏ ପ୍ରସଂଗକୁ କାହିଁକି ଉଠାଯାଉନାହିଁ । ଏବେ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣ କରି ଏଠି ବି ଘୋଟଲା କରିବେ । କେଦାରନାଥରୁ ୨୨୮ କେଜି ସୁନା ଗାଏବ କରାଯାଇଛି ବୋଲି ଅଭିଯୋଗ ଲଗାଇଛନ୍ତି ସ୍ବାମୀ ଅଭିମୁକ୍ତେସ୍ବର ଆନନ୍ଦ ।