କନକ ବ୍ୟୁରୋ: ଆଦିବାସୀ ଇଲାକାର ଜ୍ୟୋର୍ତିଲିଙ୍ଗ । ପାହାଡ ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କଲେ ସ୍ୱୟଂସହାୟିକା ଗୋଷ୍ଠୀ । ପିଇଓ ଅଶୋକ ମହାରଣାଙ୍କ ନେତୃତ୍ୱରେ ପାହାଡ କାଟି ପର୍ଯ୍ୟଟନସ୍ଥଳୀ ତିଆରି କଲେ ମହିଳାମାନେ । ଶେଷରେ ପ୍ରଶାସନର ସହଯୋଗରେ ମିଳିଲା ଅନୁଦାନ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆଦିବାସୀ ଇଲାକାର ପାହାଡରେ ସ୍ଥାପିତ ହୋଇଛନ୍ତି ଭାରତର ୧୨ ଗୋଟି ଜ୍ୟୋର୍ତିଲିଙ୍ଗ । ଉପରଗୋଡିଆଳି ଗାଁର ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ନିକଟ ପାହାଡରେ ବିକାଶ କରିବାକୁ ଅଣ୍ଟା ଭିଡିଥିଲେ । ଧିରେ ଧିରେ ଅଭିଯାନ ଆଗକୁ ବଢାଇଥିଲେ । ଏବେ ଏହା ସଫଳ ହୋଇଛି । ଗାଁ ପରିବେଶରେ ସମ୍ପୂର୍ଣ ପରିବର୍ତ୍ତନ ହୋଇଛି । ପାହାଡ ଉପରେ ବିରାଟ କାୟ ଶିବମୂର୍ତି ପ୍ରତିଷ୍ଠା କରିବା ସହ ଜ୍ୟୋର୍ତିଲିଙ୍ଗ ସ୍ଥାପନ କରିଛି ପ୍ରଶାସନ ।
ଆଦିବାସୀ ଇଲାକାର ଜ୍ୟୋର୍ତିଲିଙ୍ଗ, ପାହାଡ ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କଲେ ସ୍ୱୟଂସହାୟିକା ଗୋଷ୍ଠୀ।
/kanak/media/post_attachments/wp-content/uploads/2022/10/vlcsnap-2022-10-18-19h10m33s883.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)