ମଧ୍ୟପ୍ରଦେଶର ଗୁନା ଆସନରୁ ବିଜୟୀ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବହୁ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ କଲେ ପରାଜିତ

282

କନକ ବ୍ୟୁରୋ : କେନ୍ଦ୍ରରେ ମନ୍ତ୍ରୀ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ମଧ୍ୟପ୍ରଦେଶର ଗୁନା ଆସନରୁ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ବହୁ ଭୋଟରେ ବିଜୟୀ ହୋଇଛନ୍ତି । ଜ୍ୟୋତିରାଦିତ୍ୟଙ୍କୁ ୯ ଲକ୍ଷ ୨୩ ହଜାର ୩୦୨ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ୟଦଭେନ୍ଦ୍ର ରାଓଙ୍କୁ ୩ ଲକ୍ଷ ୮୨ ହଜାର ୩୭୩ ଖଣ୍ଡ ଭୋଟ ମିଳିଛି । ଅର୍ଥାତ ଜ୍ୟୋତିରାଦିତ୍ୟ ସିନ୍ଧିଆ ୫ ଲକ୍ଷ ୫୪ ହଜାର ୯୨୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି  ।