କନକ ବ୍ୟୁରୋ : ଉଦ୍ଧାର ମିଶନରେ ୪ କେନ୍ଦ୍ରମନ୍ତ୍ରୀ । ୪ ଜଣ କେନ୍ଦ୍ରମନ୍ତ୍ରୀ ୟୁକ୍ରେନ୍ ସୀମାନ୍ତ ରାଷ୍ଟ୍ରକୁ ଯାଇଛନ୍ତି । ରୋମାନିଆର ବୁଖାରେଷ୍ଟ ଏୟାରପୋର୍ଟରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେଠାରେ ପହଂଚିବା ପରେ ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହ ଭାରତୀୟଙ୍କୁ କିପରି ସୁରକ୍ଷିତ ଅଣାଯାଇପାରିବ ସେନେଇ ରୋମାନିଆରେ ରହୁଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

Advertisment

ସେପଟେ ପୋଲାଣ୍ଡ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଭି. କେ ସିଂହ । ସେଠାରେ ପହଂଚିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅପରେସନ୍ ଗଙ୍ଗାର ଦୁଇଟି ସ୍ୱତନ୍ତ୍ର ବିମାନରେ ଭାରତୀୟ ଦିଲ୍ଲୀ ଫେରୁଛନ୍ତି । ୨୧୮ ଓ ୨୧୯ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସୁଛି ଏହି ଦୁଇ ବିମାନ । ଭି. କେ ସିଂହ ଦୁଇଟି ବିମାନରେ ଆସୁଥିବା ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି ।କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ହଙ୍ଗୋରି ରାଜଧାନୀ ବୁଦାପେଷ୍ଟ ଯାଇଛନ୍ତି । ସେଠାରେ ଭାରତୀୟଙ୍କ ସହ ଆଲୋଚନା କରିବା ସହ କିପରି ସେମାନଙ୍କୁ ଭାରତ ଫେରାଇ ଅଣାଯିବ ସେଥିପାଇଁ ସହଯୋଗ କରୁଛନ୍ତି । ବୁଦାପେଷ୍ଟରୁ ୨୨୨ ଜଣ ଭାରତୀଙ୍କୁ ନେଇ ଏକ ବିମାନ ବାହାରିଛି ।

ସେପଟେ, ଏବେବି ୟୁକ୍ରେନରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ୱାର ଜୋନ୍ ତଥା ଯୁଦ୍ଧ ଅଂଚଳରେ ଫସି ରହିଥିବା ନେଇ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖାରକିଭ୍ ଏବଂ ସୁମୀରେ ଫସି ରହିଛନ୍ତି । ଭାରତ ଋଷିଆ ରାଷ୍ଟ୍ରଦୂତଙ୍କ ସହ ପୁଣି କଥା ହେବା ସହ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଦିଗରେ ଆଲୋଚନା କରିଛି । ପୋଲାଣ୍ଡ ଦେଇ ଭାରତୀୟକୁ ଆଣିବାକୁ ପ୍ରଧାନମନ୍ତ୍ରୀ ପୋଲାଣ୍ଡା ରାଷ୍ଟ୍ରପତିଙ୍କ ସହ କଥା ହୋଇଥିବା ନେଇ ବୈଦେଶିକ ମନ୍ତ୍ର ହର୍ଷ ଶ୍ରୀଙ୍ଗଲା କହିଛନ୍ତି । ଏପରି ସ୍ଥଳେ କିଭ୍ରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ଏଚଭି ଶ୍ରିଙ୍ଗଲା ।