ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ସବୁଠୁ ଧନୀ ପ୍ରାର୍ଥୀ । ଟପ୍ ରେ ଜ୍ୟୋତିରାଦିତ୍ୟ ସିନ୍ଦିଆ, ଦ୍ୱିତୀୟରେ ଗୌତମ ଗମ୍ଭୀର । 

332

କନକ ବ୍ୟୁରୋ : ଆସନ୍ତା ମେ ମାସ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ । ଆଉ ଏହା ପୂର୍ବରୁ ସାମ୍ନାକୁ ଆସିଛି ଧନୀ ପ୍ରାର୍ଥୀଙ୍କ ନାଁ । ୧୯ ଯୁଦ୍ଧର ଷଷ୍ଠ ଲଢେଇରେ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିଆ । ୩୭୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଜ୍ୟୋତିରାଦିତ୍ୟ ସିନ୍ଦିଆ ଷଷ୍ଠ ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ । ଆଉ ତାଙ୍କ ପଛକୁ ବିଜେପିର ଗୌତମ ଗମ୍ଭୀର ଏହି ପର୍ଯ୍ୟାୟରେ ଦ୍ୱିତୀୟ ଧନୀ ପ୍ରାର୍ଥୀ ଭାବେ ରହିଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଦିଆ ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ପଶ୍ଚିମ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ସିନ୍ଦିଆ ଷଷ୍ଠ ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି । ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୩୯୫ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ବୋଲି ଜଣାପଡିଛି । ସେହିପରି ୫୦୯ ଜଣ ପ୍ରାର୍ଥୀ ନିଜକୁ ଗ୍ରାଜୁଏଟ୍ ବୋଲି ଘୋଷଣା କରିଛନ୍ତି । ତେବେ ୩୫ ଜଣ ପ୍ରାର୍ଥୀ କେବଳ ନିଜକୁ ସାକ୍ଷର ବୋଲି ଘୋଷଣା କରିଛନ୍ତି ।

Comments are closed.