କନକ ବ୍ୟୁରୋ : ଆସନ୍ତା ମେ ମାସ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ । ଆଉ ଏହା ପୂର୍ବରୁ ସାମ୍ନାକୁ ଆସିଛି ଧନୀ ପ୍ରାର୍ଥୀଙ୍କ ନାଁ । ୧୯ ଯୁଦ୍ଧର ଷଷ୍ଠ ଲଢେଇରେ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିଆ । ୩୭୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଜ୍ୟୋତିରାଦିତ୍ୟ ସିନ୍ଦିଆ ଷଷ୍ଠ ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ । ଆଉ ତାଙ୍କ ପଛକୁ ବିଜେପିର ଗୌତମ ଗମ୍ଭୀର ଏହି ପର୍ଯ୍ୟାୟରେ ଦ୍ୱିତୀୟ ଧନୀ ପ୍ରାର୍ଥୀ ଭାବେ ରହିଛନ୍ତି ।
ଜ୍ୟୋତିରାଦିତ୍ୟ ସିନ୍ଦିଆ ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ପଶ୍ଚିମ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ସିନ୍ଦିଆ ଷଷ୍ଠ ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି । ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୩୯୫ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ବୋଲି ଜଣାପଡିଛି । ସେହିପରି ୫୦୯ ଜଣ ପ୍ରାର୍ଥୀ ନିଜକୁ ଗ୍ରାଜୁଏଟ୍ ବୋଲି ଘୋଷଣା କରିଛନ୍ତି । ତେବେ ୩୫ ଜଣ ପ୍ରାର୍ଥୀ କେବଳ ନିଜକୁ ସାକ୍ଷର ବୋଲି ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/784363-jyotiraditya-scindia-gautam-gambhir.jpg)