ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ଘୋଷଣା । ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ । 

Advertisment
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ଘୋଷଣା । ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ । 

କନକ ବ୍ୟୁରୋ :  ନବନିଯୁକ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଏକ ବଡ଼ ଘୋଷଣା କରିଛନ୍ତି ।  ସହରଗୁଡ଼ିକୁ ମେଟ୍ରୋ ସହିତ ସଂଯୋଗ କରିବା ପାଇଁ ‘ଉଡାନ’ ଯୋଜନା ଅଧୀନରେ ନୂତନ ବିମାନ ସାମିଲ କରିବା ନେଇ ଘୋଷଣା କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି ବିମାନଗୁଡ଼ିକ ଦେଶରେ କମ୍ ବ୍ୟବହୃତ ବିମାନବନ୍ଦରକୁ ବ୍ୟବହାର କରିଥାଏ ଏବଂ ଦେଶର ଲୋକଙ୍କୁ ସୁଲଭ ଦରରେ ବିମାନ ସେବା ଯୋଗାଇବାକୁ ଚେଷ୍ଟା କରିଥାଏ ।

ଏହି ଘୋଷଣା ବିଷୟରେ ଟୁଇଟ କରି ସିନ୍ଧିଆ କହିଛନ୍ତି ଯେ, “ମଧ୍ୟପ୍ରଦେଶ ପାଇଁ ଏକ ଖୁସି ଖବର । ଜୁଲାଇ ୧୬ରୁ ଫ୍ଲାଏସ୍ପାଇସଜେଟ୍ ମାଧ୍ୟମରେ ୮ଟି ନୂଆ ବିମାନ ଚଳାଚଳ ଆରମ୍ଭ ହେବ । ଏହି ବିମାନ ଗ୍ୱାଲିଅର୍-ମୁମ୍ବାଇ-ଗ୍ୱାଲିଅର୍, ଗ୍ୱାଲିଅର୍-ପୁଣେ-ଗ୍ୱାଲିଅର୍, ଜବଲପୁର-ସୁରଟ-ଜବଲପୁର, ଅହମ୍ମଦାବାଦ-ଗ୍ୱାଲିଅର୍-ଅହମ୍ମଦାବାଦକୁ ଚଳାଚଳ କରିବ ବୋଲି ସିନ୍ଧିଆ ଟୁଇଟ କରି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ୧୦୦ଟି ସଂରକ୍ଷିତ ଏବଂ ଅଣସଂରକ୍ଷିତ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ଏବଂ ‘ଉଡାନ’ ସ୍କିମ୍ (ଉଡେ ଦେଶ କା ଆମ୍ ନାଗରିକ୍) ନାମକ ଆଞ୍ଚଳିକ ସଂଯୋଗ ଯୋଜନା ଅଧୀନରେ ଅତି କମରେ ୧୦୦୦ ବିମାନ ମାର୍ଗ ଆରମ୍ଭ କରିବାକୁ କେନ୍ଦ୍ର ଯୋଜନା କରିଛି। ଏହି ଯୋଜନା ଦେଶର ଦୂର ତଥା ଆଞ୍ଚଳିକ ଅଞ୍ଚଳ ସହ ସଂଯୋଗ ବୃଦ୍ଧି ଏବଂ ବିମାନ ଯାତ୍ରାକୁ ସୁଲଭ କରିବା ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜୁନ୍ ୨୦୧୬ ରେ ଆରମ୍ଭ ହୋଇଥିବା କେନ୍ଦ୍ରର ଜାତୀୟ ବେସାମରିକ ବିମାନ ଚଳାଚଳ ନୀତିର ଏହା ଏକ ପ୍ରମୁଖ ଉପାଦାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe