ନାଳରେ ୪ କିଲୋମିଟର ଭାସିଥିଲେ ଜ୍ୟୋତିପ୍ରକାଶ । ସୌଭାଗ୍ୟ ନଗରରେ ଖସିବା ପରେ ଡୁମଡୁମାରେ ମିଳିଲା ମୃତଦେହ

225

କନକ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣାଯନ୍ତା । ପାଖାପାଖି ୧୯ ଘଣ୍ଟାର ଅପରେସନ ପରେ ଆଜି ଜ୍ୟୋତି ପ୍ରକାଶଙ୍କର ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ଆଜି ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସୌଭାଗ୍ୟ ନଗରରୁ ନିଖୋଜ ହୋଇଯାଇଥିଲେ ଜ୍ୟୋତି ପ୍ରକାଶ । ତେବେ ନିଖୋଜ ହେବା ସ୍ଥାନ ଏବଂ ଉଦ୍ଧାର ହୋଇଥିବା ସ୍ଥାନ ମଧ୍ୟରେ ୪ କିଲୋମିଟର ଦୂରତା ରହିଛି ।

ଗତକାଲି ଜ୍ୟୋତି ନିଖୋଜ ହେବା ପରେ ଅଗ୍ନିଶମ ଟିମ୍ ଆସି ଖୋଜାଖୋଜି କରିଥିଲୋ କିନ୍ତୁ ବିଳମ୍ବିତ ରାତି ଯାଏ କୌଣସି ଖୋଜ ଖବର ମିଳିନଥିଲା । ପରେ ଆଜି ସକାଳେ ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ଜ୍ୟୋତିଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଅନ୍ୟପଟେ ବିଏମସିର ଖାମଖିଆଲି କାମକୁ ପ୍ରତିବାଦ କରି ବିଏମସି ଅଫିସ ଘେରାଉ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ବିଏମସି ଅଫିସ ସମ୍ମୁଖରେ ବିଜେପି କର୍ମୀ ଧାରଣା ବସି ପ୍ରତିବାଦ କରିଛନ୍ତି । ପରିସ୍ଥିତି ଜଟିଳ ହେବାରୁ ସଘଟଣା ସ୍ଥଳରୁ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।