କନକ ବ୍ୟୁରୋ : ରାଜ୍ୟର ଆଉ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ । କରୋନା ଆକ୍ରାନ୍ତ ନେଇ ଟୁଇଟ କରି ସେ ଏନେଇ ସୂ ଚନା ଦେଇଛନ୍ତି ।  ତାଙ୍କ ସଂଶସ୍ପରେ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂ, ଅରୁଣ ସାହି, ପଦ୍ମିନୀ ଦିଆନ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  /kanak/media/post_attachments/wp-content/uploads/2020/09/11-8-300x169.jpg)
ସେପଟେ, ଆଜି ରାଜ୍ୟରେ ୩୮ ଶହ ୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଶହ ୭୮ ସଂଗରୋଧ କେନ୍ଦ୍ରରୁ ହୋଇଥିବାବେଳେ ୧୫ ଶହ ୮୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୫୬ରେ ପହଚିଂଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ୭୬୭ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୮୬,ଯାଜପୁରରୁ ୨୮୫, ବରଗଡରୁ ୧୭୬,ବାଲେଶ୍ୱରରୁ ୧୦୫,ଅନୁଗୁଳରୁ ୧୨୦,ମୟୁରଭଂଜରୁ ୧୨୨,ରାୟଗଡାରୁ ୧୫୩, ପୁରୀରୁ ୨୦୦,ଝାରସୁଗୁଡାରୁ ୧୯୯, ସୋନପୁରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/30-2.jpg)