କନକ ବ୍ୟୁରୋ: ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଜ୍ୟୋତି ପାଣିଗ୍ରାହୀଙ୍କ ସହ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।
ଏହା ସହ ବିଜେଡି ଛାଡି ନୂଆପଡ଼ାର ବହୁ ଯୁବ ନେତା ବିଜେପିରେ ସାମିଲ ହୋଇଛନ୍ତି । ବିଜେଡିର ସମ୍ପାଦକ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶଚନ୍ଦ୍ର ପଣ୍ଡା, ଡୁମେରପାଣି ସରପଞ୍ଚ ଟିକେରାମ ସାହୁ, ସହ ଅନେକ କର୍ମୀ ବିଜେପିରେ ମିଶିଛନ୍ତି । ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡାଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Screen-Shot-2024-04-15-at-12.30.01-PM.png)