ନାବାଳିକା ଗଣଦୁଷ୍କର୍ମ ମାମଲା : କ୍ରାଇମବ୍ରାଞ୍ଚର ତନାଘନା, ଅଭିଯୁକ୍ତଙ୍କୁ ସାଢେ ୫ ଘଣ୍ଟା ଜେରା

Advertisment
କଟକ ନାବାଳିକା ଦୁଷ୍କର୍ମକୁ ନେଇ ହଇଚଇ : ପୁଲିସର ତତ୍ପରତା, ୨ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା ନୂଆମୋଡ ନେଇଛି । କ୍ରାଇମବ୍ରାଞ୍ଚକୁ ମିଳିଛି ମାମଲାର ତଦନ୍ତ ଭାର । କ୍ରାଇମବ୍ରାଞ୍ଚକୁ ତଦନ୍ତ ମିଳିବା ପରେ ଛାନବିନ୍ ଓ ପଚରାଉଚୁରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ମହିଳା ଥାନାରୁ ମାମଲା ସମ୍ପର୍କିତ କାଗଜପତ୍ର ନେଇ ତଦନ୍ତ ଆରମ୍ଭ କରିଛି । ଘଟଣାରେ ଦୁଇ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଏହି ମାମଲାର ୩ ଜଣଙ୍କୁ ଏସଟିଏଫ୍ କାର୍ଯ୍ୟାଳୟରେ ସାଢେ ୫ ଘଣ୍ଟା ଧରି ଜେରା କରାଯାଇଛି।ଅପରାହ୍ନ ସାଢ଼େ ୧୦ଟାରୁ ପ୍ରାୟ ୪ଟା ପର୍ଯ୍ୟନ୍ତ ଜେରା କରାଯାଇଥିବା ସୂଚନା ମିଳିଛି। ଅଭିଯୋଗ ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମି​ଳିଛି। କିନ୍ତୁ କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ମୁହଁ ଖୋଲି ନାହିଁ। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଦଳ ଆଜି ପୂର୍ବାହ୍ନରେ ମହିଳା ଥାନାକୁ ଯାଇ ମାମଲା ସମ୍ପର୍କିତ କାଗଜପତ୍ର ସଂଗ୍ରହ କରିଛି। ଏହି ମାମଲାକୁ କ୍ରାଇମବ୍ରାଞ୍ଚ ଏବେ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବ।

ସୂଚନାଯୋଗ୍ୟ, ଲକଡାଉନ ସମୟରେ ଜଣେ ୧୩ ବର୍ଷିୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାରେ ପୁଲିସ କର୍ମଚାରୀ ଏବଂ ଓଟିଭିର କିଛି କର୍ମଚାରୀଙ୍କ ସମେତ ୭ଜଣ ସାମିଲ ଥିବା ଅଭିଯୋଗ ହୋଇଥିଲା । ଗତ ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ମହିଳା ଥାନରା ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ମହିଳା କମିଶନ ଓଟିଭିର ଏମଡି ଜାଗିମଙ୍ଗତ ପଣ୍ଡାଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲେ । ଥରେ ସେ ହାଜର ହୋଇଥିଲେ ବି ନିଜ ପକ୍ଷ ରଖିନଥିଲେ । ପରେ ହାଜର ପାଇଁ ନିଜ ପ୍ରତିନିଧିକୁ ପଠାଇଥିଲେ । ସେପଟେ ଥାନାରେ ଅଭିଯୋଗ ହେବାର ୩୬ ଦିନ ପରେ ବି କମିଶନରେଟ ପୁଲିସ ଘଟଣାରେ କିଛି ଟେର ପାଇନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe