କନକ ବ୍ୟୁରୋ: ଜମତାରା ଷ୍ଟାଇଲରେ ସାଇବର ମାୟାଜାଲରେ ନାବାଳକ । ନବରଙ୍ଗପୁରରେ ଚାଞ୍ଚଲ୍ୟ ଖେଳାଇଦେଇଛି ନାବାଳକ ସାଇବର କ୍ରାଇମ ଘଟଣା । ନାବାଳକ ମାଷ୍ଟର ମାଇଣ୍ଡ ସାଜି ୪୦ ପିଲାଙ୍କୁ ଦେଉଛି ଟ୍ରେନିଂ । ପୋଲିସକୁ ଆଶ୍ଚର୍ଯ୍ୟ କରୁଛି ନାବାଳକର ସାଇବର ଅପରାଧ । ଆଉ ଏହି ଟ୍ରେନିଂର ମାଧ୍ୟମ ସାଜିଛି ମୋବାଇଲ । ଉମରକୋଟ ପୋଲିସ ଗିରଫ କରିଥିବା ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବାଲି ପଦର୍ ଥାନାର । ତାକୁ ଗଞ୍ଜାମରୁ ହିଁ ଗିରଫ କରିଛି ପୋଲିସ । ନାବାଳକ ଠାରୁ ନଗଦ ୧ ଲକ୍ଷ ୫ ହଜାର, ଗୋଟିଏ ଲାପଟପ, ତିନିଟି ଏଟିଏମ କାର୍ଡ, ୫ ଟି ଚେକ୍ ବୁକ୍, ୨ ଟି ବ୍ୟାଙ୍କ୍ ପାସ ବୁକ୍, ଓ କିଛି ଇଲେକ୍ଟ୍ରୋନିକ୍ସ ଡିଭାଇସି, କ୍ରିପ୍ଟ ହେକିଂ ବୁକ୍ ଜବତ କରିଛି ।