କନକ ବ୍ୟୁରୋ : ସୁପ୍ରିମକୋର୍ଟର ୨ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ଓ ଜଷ୍ଟିସ୍ ଏସଭି ଭଟ୍ଟି ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଏବେ ଦାୟିତ୍ୱ ତୁଲାଇବେ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଉଭୟଙ୍କୁ ଦିଲ୍ଲୀ ସ୍ଥିତ ଆପେକ୍ସ କୋର୍ଟ ଅଡିଟୋରିଅମରେ ଉଭୟଙ୍କୁ ଶପଥପାଠ କରାଇଛନ୍ତି । ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମ୍ ୨ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିଶ କରିଥିଲେ । ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିବାବେଳେ ଜଷ୍ଟିସ୍ ଏସ.ଭି ଭଟ୍ଟି କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢି ୩୨ ରେ ପହଞ୍ଚିଛି ।